ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଫାଷ୍ଟଟ୍ରାକ୍ ଭିସା ସେବା ବନ୍ଦ କଲା କାନାଡା

କାନାଡାର ଲୋକପ୍ରିୟ ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ଜଷ୍ଟିନ ଟ୍ରୁଡୋ ସରକାର । ଫଳରେ ଭାରତ ସମେତ ୧୪ଟି ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଫାଷ୍ଟଟ୍ରାକ୍ ଷ୍ଟଡି ପରମିଟ୍ ପ୍ରକ୍ରିୟା ଶେଷ ହୋଇଛି।

canada1

ଓଟାଓ୍ବା: ଭାରତ ସରକାରଙ୍କ ସହ କୂଟନୈତିକ ବିବାଦ ଭିତରେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ବଡ ଝଟକା ଦେଇଛି କାନାଡା । କାନାଡାର ଲୋକପ୍ରିୟ ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ଜଷ୍ଟିନ ଟ୍ରୁଡୋ ସରକାର । ଫଳରେ ଭାରତ ସମେତ ୧୪ଟି ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଫାଷ୍ଟଟ୍ରାକ୍ ଷ୍ଟଡି ପରମିଟ୍ ପ୍ରକ୍ରିୟା ଶେଷ ହୋଇଛି। କାନାଡାର ଇମିଗ୍ରେସନ ଶରଣାର୍ଥୀ ଏବଂ ନାଗରିକତା ବିଭାଗ (ଆଇଆରସିସି) ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର ୮ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି ଏବଂ ଏସଡିଏସ୍ କାର୍ଯ୍ୟକ୍ରମକୁ ତୁରନ୍ତ ପ୍ରଭାବରେ ବନ୍ଦ କରାଯାଇଛି ।
ଆପଣଙ୍କୁ କହିରଖୁଛୁ ଯେ, ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ ଏସଡିଏସ ଅଧୀନରେ ୪ ସପ୍ତାହ ମଧ୍ୟରେ ଭିସା ପ୍ରୋସେସିଂ କରାଯାଉଥିଲା ଏବଂ ପ୍ରାୟତଃ ୯୫ ପ୍ରତିଶତ ଆବେଦନ ଗ୍ରହଣ କରାଯାଇଥିଲା । ବର୍ତ୍ତମାନ ଆଇଆରସିସି କହିଛି ଯେ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭେଦଭାବ ହ୍ରାସ କରିବା ଏବଂ ଆବେଦନ ପ୍ରକ୍ରିୟାକୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିରପେକ୍ଷ କରିବା । ଏବେ ନିୟମିତ ବିଭାଗ ଅଧୀନରେ ଛାତ୍ରଛାତ୍ରୀଙ୍କ ଆବେଦନ ପ୍ରକ୍ରିୟା କରାଯିବ।

ଗତକାଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶରେ ଖାଲିସ୍ତାନ ସମର୍ଥକଙ୍କ ଉପସ୍ଥିତିକୁ ସ୍ୱୀକାର କରିଥିଲେ । ତେବେ ଏହି ଖଲିସ୍ତାନୀ ସମର୍ଥକମାନେ କାନାଡାରେ ଥିବା ଶିଖ୍ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe