Advertisment

ଭାରତୀୟ ହ୍ୟାକରଙ୍କ ଟାର୍ଗେଟ୍‌ରେ କାନାଡ଼ାର ସେନା ୱେବସାଇଟ୍‌: ୨ ଘଣ୍ଟା ଅଚଳ କରିଦେଲେ

Advertisment
ଭାରତୀୟ ହ୍ୟାକରଙ୍କ ଟାର୍ଗେଟ୍‌ରେ କାନାଡ଼ାର ସେନା ୱେବସାଇଟ୍‌: ୨ ଘଣ୍ଟା ଅଚଳ କରିଦେଲେ

zeenews.india.com

ଟରୋଣ୍ଟୋ: କାନାଡ଼ା ସେନାବାହିନୀର ସରକାରୀ ୱେବସାଇଟ୍‌ ବୁଧବାର ଦିନ ଅସ୍ଥାୟୀ ଭାବେ ଅଚଳ ହୋଇଯାଇଥିଲା। ରିପୋର୍ଟ ଅନୁଯାୟୀ ‘ଇଣ୍ଡିଆନ୍‌ ସାଇବର ଫୋର୍ସ’ ନାମକ ଏକ ହ୍ୟାକର ‌ଗୋଷ୍ଠୀ କାନାଡ଼ା ‌ସେନାର ୱେବସାଇଟ୍‌ ହ୍ୟାକ୍‌ କରିନେଇଥିଲେ। ସେମାନେ ମଧ୍ୟ ଉକ୍ତ ସାଇବର ଆକ୍ରମଣ ପାଇଁ ଏକ୍ସରେ ନିଜକୁ ଦାୟୀ କରିଛନ୍ତି। ବୁଧବାର ଅପରାହ୍ନରେ କାନାଡ଼ା ସେନା ୱେବସାଇଟ୍‌ ଅଚଳ ହେବା ଆରମ୍ଭ କରିଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ଏହା ସ୍ବାଭାବିକ ହୋଇଥିଲା। ‘ଇଣ୍ଡିଆନ୍‌ ସାଇବର୍‌ ଫୋର୍ସ’ ଏକ୍ସରେ ଏକ ପୋଷ୍ଟ୍‌ କରି କହିଥିଲା , ‘କାନାଡ଼ିଆନ୍‌ ଏୟାରଫୋର୍ସ ୱେବ‌ସାଇଟ୍‌ ହାଜ୍‌ ବିନ୍‌ ଟେକେନ୍‌ ଡାଉନ୍‌’। କାନାଡ଼ା ବାୟୁସେନା ୱେବସାଇଟ୍‌ ଅଚଳ ହେବାମାତ୍ରେ ହଇଚଇ ଆରମ୍ଭ ହୋଇଯାଇଥିଲା ଏବଂ ଏହାକୁ ତତ୍କାଳ ସ୍ବାଭାବିକ କରିବା ପାଇଁ କାନାଡ଼ାର ପ୍ରୟାସ ବିଫଳ ହୋଇଥିଲା।

ରିପୋର୍ଟ ଅନୁଯାୟୀ କିଛି ଡେସ୍କଟପ୍‌ ୟୁଜର ଏହି ସାଇଟ୍‌କୁ ଖୋଲିବାରେ ସକ୍ଷମ ହୋଇଥିଲେ କିନ୍ତୁ ମୋବାଇଲ୍‌ ଡିଭାଇସ୍‌ରେ ସାଇଟ୍‌ ଖୋଲିନଥିଲା। କାନାଡ଼ା ଜାତୀୟ ପ୍ରତିରକ୍ଷା ବିଭାଗର ଗଣମାଧ୍ୟମ ଯୋଗାଯୋଗ ମୁଖ୍ୟ ଡାନିଏଲ୍‌ ଲେ ବୌଥିଲିୟର କହିଛନ୍ତି, ପ୍ରଭାବିତ ସାଇଟ୍‌କୁ ପୃଥକ୍‌ କରାଯାଇଛି ଏବଂ କାନାଡ଼ା ପ୍ରତିରକ୍ଷା ବିଭାଗର ସରକାରୀ ୱେବସାଇଟ୍‌ ଏବଂ ଇଣ୍ଟରନାଲ ନେଟୱର୍କରୁ ପୃଥକ୍‌ କରାଯାଇଛି। କାନାଡ଼ା ନୌସେନା, ସ୍ପେସାଲ କମାଣ୍ଡ ଗ୍ରୁପ୍‌ , ବାୟୁସେନା ଏବଂ ସ୍ପେସ୍‌ ଅପରେସନ୍‌ ଦ୍ବାରା ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଉଲ୍ଲେ‌ଖଯୋଗ୍ୟ, ଇଣ୍ଡିଆନ ସାଇବର ଫୋର୍ସ ପୂର୍ବରୁ ଗତ ସେପ୍ଟେମ୍ବର ୨୧ରେ କାନାଡ଼ାକୁ ଏକ ଧମକ ଦେଇ କହିଥିଲା ଯେ ଏହାର ଶକ୍ତିକୁ ଅନୁଭବ କରିବାପାଇଁ କାନାଡ଼ା ପ୍ରସ୍ତୁତ ରହୁ। ‌ ଭାରତ-କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଲାଗି ରହିଥିବାବେଳେ ଏହ‌ି ସାଇବର ଆକ୍ରମଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe