Photo Courtesy of TOI
ଭାଗଲପୁର/ପାଟନା: ମଙ୍ଗଳବାର ଦିନ ପରୀକ୍ଷାମୂଳକ ଭାବେ ପାଣି ଛଡ଼ାଯିବାବେଳେ ପାଚେରି ଭାଙ୍ଗିପଡ଼ି ଟାଉନ୍ସିପ୍ର କେତେକ ଅଞ୍ଚଳ ଜଳମଗ୍ନ ହେବା କାରଣରୁ ବୁଧବାର ଦିନ ଗଙ୍ଗା ପମ୍ପ୍ କେନାଲ ଯୋଜନା ଉଦ୍ଘାଟନ ଅନୁଷ୍ଠାନ ରଦ୍ଦ କରାଯାଇଛି।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି କେନାଲ ଯୋଜନା ଉଦ୍ଘାଟନ କରିବାର କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା। ଉଭୟ ବିହାର ଏବଂ ପଡ଼ୋଶୀ ଝାଡ଼ଖଣ୍ଡ ପାଇଁ ଜଳସେଚନ ସୁବିଧା କରାଇବା ଥିଲା ଏହି କେନାଲ ଯୋଜନାର ଉଦ୍ଦେଶ୍ୟ।
ଭାଗଲପୁର ଜିଲ୍ଲା ଅନ୍ତର୍ଗତ ବଟେଶ୍ୱରସ୍ଥାନଠାରେ ପରୀକ୍ଷା ସ୍ୱରୂପ ପମ୍ପ୍ର ସୁଇଚ୍ ଟିପା ହେବା ପରେ ଗଙ୍ଗାଜଳ ମାଡ଼ କରିବାରୁ କେନାଲ ପାଚେରି ଭୁଶୁଡ଼ି ପଡ଼ିଥିଲା।
ଫଳତଃ, ପାଣି କାହାଲଗାଓଁକୁ ମାଡ଼ି ଯାଇ ଏନ୍ଟିପିସି ଟାଉନ୍ସିପ୍ ସହ କେତେକ ଜନପଦ ଜଳମଗ୍ନ ହୋଇଯାଇଥିଲା। ବାଲିବସ୍ତା ପକା ଯାଇ ଅସ୍ଥାୟୀ ଭାବେ କେନାଲରୁ ଜଳପ୍ରବାହା ବନ୍ଦ କରାଯାଇଛି।
Follow Us