ତେଜ ବାହାଦୁରଙ୍କ ଆବେଦନ ସୁପ୍ରିମ୍‌ କୋର୍ଟରେ ଖାରଜ

Advertisment

ବାରଣାସୀ ଆସନରୁ ସପା ପ୍ରାର୍ଥୀ ହୋଇପାରିବେ ନାହିଁ

ବାରଣାସୀ ଆସନରୁ ସପା ପ୍ରାର୍ଥୀ ହୋଇପାରିବେ ନାହିଁ

ତେଜ ବାହାଦୁରଙ୍କ ଆବେଦନ ସୁପ୍ରିମ୍‌ କୋର୍ଟରେ ଖାରଜ

ନୂଆଦିଲ୍ଲୀ:  ବାରଣାସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହେବାକୁ  ଆଶା ରଖିଥିବା ବହିଷ୍କୃତ ଯବାନ ତେଜ ବାହାଦୁରଙ୍କ ସବୁ ଉଦ୍ୟମ ବିଫଳ ହୋଇଛି। ତେଜ ବାହାଦୁର ତାଙ୍କ ପ୍ରାର୍ଥିପତ୍ର ରଦ୍ଦ ମାମଲାରେ ନିର୍ବାଚନ କମିସନଙ୍କ ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି ସୁପ୍ରିମ୍‌ କୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ତାଙ୍କ ଆବେଦନରେ କିଛି ଦମ୍‌ ନାହିଁ ବୋଲି କୋର୍ଟ କହିଛନ୍ତି। ଫଳରେ ମୋଦୀଙ୍କ ବିରୋଧରେ ଜଣେ ଯବାନଙ୍କୁ ପ୍ରାର୍ଥୀ କରିବା ପାଇଁ ମହାମେଣ୍ଟର ଉଦ୍ୟମ ବିଫଳ ହୋଇଛି।  ବାରଣାସୀ ନିର୍ବାଚନ ଅଧିକାରୀ ସଂପୂର୍ଣ୍ଣ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଆଇନ ମୁତାବକ ତେଜବାହାଦୁରଙ୍କ ପ୍ରାର୍ଥିପତ୍ର ରଦ୍ଦ କରିଥିବାରୁ ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ଆଜି ନିର୍ବାଚନ କମିସନ ସୁପ୍ରିମ୍‌ କୋର୍ଟରେ ମତ ରଖିଥିଲେ। ତେଜ ବାହାଦୁରଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ନିର୍ବାଚନ କମିସନଙ୍କ ସର୍ତ୍ତ ପୂରଣ କରିଥିଲେ ମଧ୍ୟ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି। ବାରଣାସୀରେ  ଆଗାମୀ ୧୯ ତାରିଖ ଦିନ ନିର୍ବାଚନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe