Image Courtesy of India Today
ନୂଆଦିଲ୍ଲୀ: ‘ନୋଟା’ରେ ଅଧିକ ଭୋଟ ମିଳିଲେ ନିର୍ବାଚନକୁ ରଦ୍ଦ କରିଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ଦାଖଲ କରାଯାଇଛି।
କୌଣସି ନିର୍ବାଚନରେ ଯଦି ‘ନୋଟା’କୁ ଅଧିକ ଭୋଟ୍ ମିଳେ, ସେହି ନିର୍ବାଚନକୁ ରଦ୍ଦ କରି ପୁନର୍ବାର ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେବା ପାଇଁ ଅଶ୍ୱନୀ ଉପାଧ୍ୟାୟ ଏହି ପିଟିସନରେ ନିବେଦନ କରିଛନ୍ତି।
କୌଣସି ପ୍ରାର୍ଥୀଙ୍କୁ ନାପସନ୍ଦ କରିବାର ଅଧିକାର ଭୋଟରଙ୍କର ରହିଛି ବୋଲି ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲାରେ କୁହାଯାଇଛି। ଅର୍ଥାତ ଭୋଟରମାନଙ୍କର ‘ରାଇଟ୍ ଟୁ ରିଜେକ୍ଟ’ ଅଧିକାର ରହିଛି। ‘ନୋଟା’ ଭୋଟ୍ ଅଧିକ ହେବା କ୍ଷେତ୍ରରେ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ପୁନର୍ବାର ନିର୍ବାଚନ କରାଇବା ଲାଗି ଅନୁଚ୍ଛେଦ ୩୨୪ ଆଧାରରେ ନିର୍ବାଚନ ଆୟୋଗ ନିଜ ଅଧିକାରସାବ୍ୟସ୍ତ କରିବେ।
Image Courtesy 18ପିଟିସନରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଏ ପରିସ୍ଥିତିରେ ପୁଣି ଥରେ ନିର୍ବାଚନ ପାଇଁ ବ୍ୟବସ୍ଥା କରାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ଦରକାର।
ଉଲ୍ଲେଖଯୋଗ୍ୟ, ପ୍ରଚଳିତ ବ୍ୟବସ୍ଥା ଅନୁସାରେ ‘ନୋଟା’କୁ ଯେତିକି ଭୋଟ୍ ମିଳୁ ପଛକେ ଯେଉଁ ପ୍ରାର୍ଥୀ ଅଧିକ ଭୋଟ୍ ହାସଲ କରୁଛନ୍ତି ତାଙ୍କର ବିଜୟ ହେଉଛି। ‘ନୋଟା’ ଭୋଟ୍ ଗଣନା ହୋଇ ନ ଥାଏ। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ, ୨୦୧୩ ଠାରୁ ଭୋଟ୍ ମେସିନ୍ରେ ‘ନୋଟା’ ବଟନ୍ ଲଗାଯାଇଥିଲା। ଯେତେବେଳେ ଭୋଟଦାତା କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରନ୍ତି ନାହିଁ, ସେହି ସମୟରେ ସେମାନେ ‘ନୋଟା’ର ଉପଯୋଗ କରିଥାନ୍ତି।
Follow Us