ଶାହରୁଖ୍‌ଙ୍କ ଫାର୍ମ୍‌ହାଉସ ବ୍ୟାଜ୍ୟାପ୍ତି କଲା ଆୟକର ବିଭାଗ

Advertisment
ଶାହରୁଖ୍‌ଙ୍କ ଫାର୍ମ୍‌ହାଉସ ବ୍ୟାଜ୍ୟାପ୍ତି କଲା ଆୟକର ବିଭାଗ

ଭୋପାଳ: ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ଏକ ଫାର୍ମ୍‌ର୍ହାଉସକୁ ଆଜି ଆୟକର ବିଭାଗ ବ୍ୟାଜ୍ୟାପ୍ତି କରିଛି। ଆଲିବଗ୍‌ରେ ଚାଷ ଉଦ୍ଦେଶ୍ୟରେ କିଣାଯାଇଥିବା ଏକ ଚାଷଜମିକୁ ଶାହରୁଖ୍‌ ବ୍ୟକ୍ତିଗତ ବ୍ୟବହାର ପାଇଁ ଫାର୍ମହାଉସ୍‌ରେ ପରିଣତ କରିଥିବାରୁଏହାକୁ ଆୟକର ବିଭାଗ ଜବତ କରିଛନ୍ତି। ନୂଆ ବେନାମୀ କାରବାର ସଂଶୋଧନ ଆଇନ ୨୦୧୬ ଅଧୀନରେ ଶାହରୁଖ୍‌ଙ୍କ ଉକ୍ତ ଫାର୍ମହାଉସ୍‌କୁ ସିଲ୍‌ କରାଯାଇଛି। ଆୟକର ବିଭାଗର ତଦନ୍ତ ଅନୁଯାୟୀ ଖାନ୍‌ ପୂର୍ବରୁ ଯେଉଁ ପ୍ରକ୍ରିୟା ମାଧ୍ୟମରେ ଏହି ଚାଷଜମି କ୍ରୟ କରିବାଲାଗି ଦରଖାସ୍ତ ଦେଇଥିଲେ, ପରବର୍ତ୍ତୀ ସମୟରେ ତାଙ୍କର ଆଭିମୁଖ୍ୟ ବଦଳାଇ ଦେଇଥିଲେ। ଫଳରେ ଏକ ବେଆଇନ କାରବାର ମାଧ୍ୟମରେ ଏହା ସଂପନ୍ନ ହୋଇଥିବା ଅଧିକାରୀମାନେ ଅଭିଯୋଗ କରିଛନ୍ତି। ଖାନ୍‌ଙ୍କ ଉକ୍ତ ଆଲିବଗ୍‌ ଫାର୍ମହାଉସ୍‌ ୧୯,୯୬୦ ବର୍ଗକିମି ଅଞ୍ଚଳ ପରିବେଷ୍ଟିତ ଅଟେ। ଏଠାରେ ସ୍ୱିମିଂ ପୁଲ୍‌, ବ୍ୟାପକ ବିଳାସପୂର୍ଣ୍ଣ ଅଂଚଳ ଏବଂ ଏକ ଘରୋଇ ହେଲିପ୍ୟାଡ୍‌ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe