ଓଡ଼ିଶାରେ ବୃଦ୍ଧି ପାଇଛି କର୍କଟ ରୋଗ, ୫ବର୍ଷରେ ୨.୪୮ ମାମଲା ପଞ୍ଜୀକରଣ

Advertisment
କର୍କଟ ରୋଗ ଓ ଏହାର ନିରାକରଣ

Technology Networks

ନୂଆଦିଲ୍ଲୀ : ଓଡ଼ିଶାରେ କର୍କଟ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ମେଡିକାଲ ଗବେଷଣା ପରିଷଦର ଜାତୀୟ କ୍ୟାନସର୍ ରେଜିଷ୍ଟ୍ରି ପ୍ରୋଗ୍ରାମରୁ ଏହି ତଥ୍ୟ ଜଣାପଡ଼ିଛି। ଜାତୀୟ କ୍ୟାନସର୍ ରେଜିଷ୍ଟ୍ରି ପ୍ରୋଗ୍ରାମର ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ କ୍ୟାନସର୍ ମାମଲା ବୃଦ୍ଧି ହୋଇଛି। ଏହି ୫ ବର୍ଷରେ ସମୁଦାୟ ୨,୪୮,୭୭୫ କ୍ୟାନସର୍ ମାମଲା ପଞ୍ଜିକୃତ ହୋଇଥିଲା। ୨୦୧୪ରେ ଓଡ଼ିଶାରେ ୪୫୭୩୬ ମାମଲା, ୨୦୧୫ରେ ୪୭୬୬୬ ମାମଲା, ୨୦୧୬ରେ ୪୯୪୭୪ ମାମଲା, ୨୦୧୭ରେ ୫୧୭୬୩ ମାମଲା ଓ ୨୦୧୮ରେ ୫୩୯୩୬ ମାମଲା ରହିଥିଲା। ରାଜ୍ୟର କ୍ୟାନସର୍ ଅନୁଷ୍ଠାନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ୨୦୧୬-୧୭ରେ ଅନୁମୋଦନ କରାଯାଇଥିବା ୭୯.୬୨ କୋଟି ଟଙ୍କାରୁ ୨୦୧୬-୧୭ରେ ୩୫.୮୨୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe