ନୂଆଦିଲ୍ଲୀ: ଦେଶରେ କ୍ୟାନସର ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବେ କିଛିଟା ଆଶ୍ବସ୍ତ କଲା ଭଳି ଖବର ସାମ୍ନାକୁ ଆସୁଛି । କ୍ୟାନସର ବିରୋଧୀ ଲଢ଼େଇରେ କିଛିଟା ବଳ ମିଳିବ । କାରଣ ୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା । କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏକଥା କହିଛନ୍ତି।
ମହିଳାଙ୍କ କ୍ଷେତ୍ରରେ କ୍ୟାନସର ରୋକିବାକୁ ଏହି ଟିକାକରଣ କରାଯିବ। ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଏହି ଟିକାକରଣ କରାଯିବ। ଏହି ଟିକାର ଗବେଷଣା ସରିଛି, ଏବେ ଟ୍ରାଏଲ ଚାଲିଛି। ତେଣୁ ଏହି ଟିକା ୫ରୁ ୬ ମାସ ମଧ୍ୟରେ ଆସିଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦେଖି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି।
ଏପେଟ ଆମେରିକାର ଗବେଷକମାନେ ବିକଶିତ କରିଥିବା ନୂଆ ଔଷଧ କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମନରେ ଆଶା ସଞ୍ଚାର କରିଛି ବୋଲି ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
‘ଏଓଏଚ୍୧୯୯୬’ ନାମକ ଏହି ବଟିକା (ପିଲ୍ ବା ଟ୍ୟାବ୍ଲେଟ୍) ଟାଣ ହୋଇଯାଇଥିବା ସମସ୍ତ ‘କ୍ୟାନ୍ସର୍ ଟ୍ୟୁମର୍’କୁ ନଷ୍ଟ କରିଦେଉଥିବା ପରି ମନେହେଉଛି ବୋଲି ମଧ୍ୟ ବିଶେଷଜ୍ଞମାନେ କହୁଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୦୫ରେ ‘ନ୍ୟୁରୋବ୍ଲାଷ୍ଟୋମା’ ନାମକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ୯ ବର୍ଷୀୟ ବାଳିକା ଆନ୍ନା ଅଲିଭିଆ ହେଲିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଔଷଧର ଏପରି ନାମକରଣ କରାଯାଇଛି। ୧୯୯୬ରେ ଇଣ୍ଡିଆନାରେ ତା’ର ଜନ୍ମ ହୋଇଥିଲା।
Follow Us