ଜେଇଇ ମେନ୍ ପାସ୍ କରିଥିବା ପରୀକ୍ଷାର୍ଥୀମାନେ ଏ ବର୍ଷ ‘ଏନ୍ଆଇଟି’ ଓ ‘ସିଏଫ୍ଟିଆଇ’ରେ ନାମ ଲେଖାଇବା ପାଇଁ ଦ୍ବାଦଶ ଶ୍ରେଣୀରେ ୭୫% ନମ୍ବର ରଖିବା ଆବଶ୍ୟକ ନାହିଁ

Advertisment
ଜେଇଇ ମେନ୍ ପାସ୍ କରିଥିବା ପରୀକ୍ଷାର୍ଥୀମାନେ ଏ ବର୍ଷ ‘ଏନ୍ଆଇଟି’ ଓ ‘ସିଏଫ୍ଟିଆଇ’ରେ ନାମ ଲେଖାଇବା ପାଇଁ ଦ୍ବାଦଶ ଶ୍ରେଣୀରେ ୭୫% ନମ୍ବର ରଖିବା ଆବଶ୍ୟକ ନାହିଁ

Image Courtesy of Zee News

ନୂଆଦିଲ୍ଲୀ: ଜେଇଇ ମେନ୍ ୨୦୨୦ରେ ସଫଳତା ହାସଲ କରିଥିବା ପରୀକ୍ଷାର୍ଥୀମାନେ ଏବର୍ଷ ‘ଏନ୍ଆଇଟି’ ଓ ‘ସିଏଫ୍‌ଟିଆଇ’ରେ ନାମ ଲେଖାଇବା ପାଇଁ ଦ୍ବାଦଶ ଶ୍ରେଣୀରେ ୭୫% ନମ୍ବର ରଖିବା ଆବଶ୍ୟକ ନାହିଁ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଏ ସଂକ୍ରାନ୍ତରେ ଟୁଇଟ୍ କରି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଘୋଷଣା କରିଛନ୍ତି ଯେ, ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ନମ୍ବର ନିର୍ବିଶେଷରେ କେବଳ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ସାର୍ଟିଫିକେଟ୍ ପାଇଥିବା ଆବଶ୍ୟକ।

ଏଯାବତ୍ ଚାଲିଥିବା ନିୟମ ଅନୁସାରେ ‘ଏନ୍ଆଇଟି’ ଓ ‘ସିଏଫ୍‌ଟିଆଇ’ରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍ ପରୀକ୍ଷା ପାସ୍ କରିବା ସହ ଦ୍ବାଦଶ ଶ୍ରେଣୀରେ ଅନ୍ୟୂନ ୭୫% ନମ୍ବର ରଖିବାକୁ ପଡୁଥିଲା କିଂବା ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ରହିବାକୁ ପଡୁଥିଲା। କିନ୍ତୁ, ସାମ୍ପ୍ରତିକ ପରିସ୍ଥିତି କାରଣରୁ, ସେଣ୍ଟ୍ରାଲ୍ ସିଟ୍ ଆଲୋକେସନ୍ ବୋର୍ଡ ଯୋଗ୍ୟତା ଆଧାର କୋହଳ କରିବାକୁ ନିଷ୍ପତ୍ତି ନେଇଥିବା କଥା ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଦୁଇ ଥର ବାତିଲ ହୋଇସାରିଥିବା ଜେଇଇ ମେନ୍ ପରୀକ୍ଷା ସେପ୍ଟେମ୍ବର ୧୬ ତାରିଖରେ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe