India Today
ନୂଆଦିଲ୍ଲୀ: ଭାରତୀୟ ସେନାରେ ଆତ୍ମହତ୍ୟା ଭଳି ମାମଲା ଯେଭଳି ନ ଘଟେ ସେ ନେଇ ସେନାରେ ଭର୍ତ୍ତି ପୂର୍ବରୁ ପ୍ରାର୍ଥୀଙ୍କ ତ୍ରିସ୍ତରୀୟ ମାନସିକ ସ୍ବାସ୍ଥ୍ୟର ଯାଂଚ ହେବ। ମାନସିକ ସ୍ବାସ୍ଥ୍ୟ ଯାଂଚରେ ପ୍ରାର୍ଥୀଙ୍କର ନିଜକୁ କ୍ଷତି କରିବାର ପ୍ରବୃତ୍ତି ଅଛି କି ନାହିଁ ତାହା ପରୀକ୍ଷା କରାଯିବ। ଦ୍ବିତୀୟତଃ ପ୍ରାର୍ଥୀର ଅନ୍ୟକୁ କ୍ଷତି ପହଂଚାଇବାର ମାନସିକତାର ମଧ୍ୟ ଯାଂଚ କରାଯିବ। ଏଥିସହିତ ସାମାଜିକ ରୂପେ ପ୍ରାର୍ଥୀର ନକାରାତ୍ମକ ପ୍ରବୃତ୍ତି ସଂପର୍କରେ ମଧ୍ୟ ଯାଂଚ କରାଯିବ। ତ୍ରିସ୍ତରୀୟ ମାନସିକ ସ୍ବାସ୍ଥ୍ୟ ଯାଂଚରେ ସମସ୍ତ ମାନଦଣ୍ଡ ଗୁଡ଼ିକରେ ସବୁଜ ସଙ୍କେତ ମିଳିବା ପରେ ହିଁ ସେନାରେ ଭର୍ତ୍ତିର ବାଟ ଫିଟିବ। ସୂତ୍ର ଅନୁସାରେ ଚଳିତ ବର୍ଷରୁ ମାନସିକ ସ୍ବାସ୍ଥ୍ୟ ଯାଂଚକୁ ଅନିବାର୍ଯ୍ୟ କରାଯିବ। ଏହି ବ୍ୟବସ୍ଥା ଅଗ୍ନିବୀର ଭର୍ତ୍ତିରୁ ଆରମ୍ଭ ହୋଇ କ୍ରମଶଃ ସବୁଥିରେ ଲାଗୁ କରାଯିବ। ଉଲ୍ଲେଖଯୋଗ୍ୟ, ସଂସଦରେ ଉପସ୍ଥାପିତ ତଥ୍ୟ ଅନୁସାରେ ୨୦୧୭ରୁ ୨୦୨୨ ମଧ୍ୟରେ ସ୍ଥଳସେନା, ବାୟୁସେନା ଓ ନୌସେନାର ୮୦୦ରୁ ଅଧିକ ଯବାନ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଛନ୍ତି।
Follow Us