କରୋନା ଗୁରୁତରଙ୍କ ପାଇଁ ବ୍ୟବହାର ହୋଇପାରେ ଗଞ୍ଜେଇ ଚିକିତ୍ସା!

Advertisment
କରୋନା ଗୁରୁତରଙ୍କ ପାଇଁ ବ୍ୟବହାର ହୋଇପାରେ ଗଞ୍ଜେଇ ଚିକିତ୍ସା!

ନୂଆଦିଲ୍ଲୀ: କରୋନା ଭୂତାଣୁ ଗୁରୁତର ରୋଗୀଙ୍କୁ ଗଞ୍ଜେଇ ଦ୍ୱାରା ଚିକିତ୍ସା କରାଯାଇପାରିବ। ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ଆମେରିକାର ସାଉଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକମାନେ ମୂଷାମାନଙ୍କ ଉପରେ ଗଞ୍ଜେଇକୁ ନେଇ ତିନୋଟି ଅଧ୍ୟୟନ କରିବା ପରେ ଏଥିରେ ଥିବା ଏକ ଔଷଧୀୟ ତତ୍ତ୍ବ କରୋନା ଚିକିତ୍ସାରେ ବ୍ୟବହାର ହୋଇପାରିବ ବୋଲି ମନେକରୁଛନ୍ତି  | ତଥାପି, ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଅଧିକ ଅନୁସନ୍ଧାନ ଆବଶ୍ୟକ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେରିକୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଗଞ୍ଜେଇରେ ଥିବା ଟିଏଚସି ନାମକ (ଟେଟ୍ରାହିଡ୍ରୋକାନାବିନୋଲ) ପଦାର୍ଥରେ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ ।

ବାସ୍ତବରେ, ଟେଟ୍ରାହିଡ୍ରୋକାନାବିନୋଲ ଲୋକଙ୍କୁ ବିପଜ୍ଜନକ  ପ୍ରତିକ୍ରିୟାରୁ ରକ୍ଷା କରିପାରିବ, ଯାହା ପ୍ରାୟତଃ ତୀବ୍ର ଶ୍ୱାସକ୍ରିୟା ସମସ୍ୟା ବା ଆକ୍ୟୁଟ ରେସ୍ପିରେଟୋରି ଡିଫେନ୍ସ ସିଣ୍ଡ୍ରୋମ (ARDS ) ସୃଷ୍ଟି କରିଥାଏ | ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ARDS ସମସ୍ୟା ଏକ ସାଧାରଣ କଥା। ଏହି କାରଣରୁ ଅନେକ ରୋଗୀ ମଧ୍ୟ ମୃତ୍ୟୁ ବରଣ କରନ୍ତି। ଆମେରିକୀୟ ବିଶ୍ୱବିଦ୍ୟାଳୟର ତିନୋଟି ଅଧ୍ୟୟନରେ ଅନେକ ଥର ପରୀକ୍ଷା କରାଯାଇଥିଲା |

ପ୍ରଥମେ ମୂଷାମାନଙ୍କୁ ଏକ ଟକ୍ସିନ୍ ଏବଂ ପରେ ଟିଏଚସି  ଦିଆଯାଇଥିଲା | ଦେଖାଗଲା ଯେ ଯେଉଁ ମୂଷା ମାନଙ୍କୁ ଟିଏଚସି  ଦିଆଯାଇଥିଲା ସେହି ମୂଷାମାନେ ବଞ୍ଚିଥିଲେ | କିନ୍ତୁ କେବଳ ଟକ୍ସିନ ଦିଆଯାଇଥିବା ମୂଷାଗୁଡିକର ମୃତ୍ୟୁ ହୋଇଯାଇଥିଲା | ତଥାପି ଅନୁସନ୍ଧାନକାରୀମାନେ ଚେତାବନୀ ଦେଇଛନ୍ତି ଯେ ଏହି ପ୍ରସଙ୍ଗରେ ଅଧିକ ଅନୁସନ୍ଧାନ କରାଯିବା ଆବଶ୍ୟକ ଏବଂ ସେମାନେ ଲୋକମାନଙ୍କୁ ଗଞ୍ଜେଇ ଖାଇବାକୁ ଉତ୍ସାହିତ କରୁନାହାନ୍ତି | କିନ୍ତୁ ଗବେଷକମାନେ ବର୍ତ୍ତମାନ ଗଞ୍ଜେଇରୁ ଟିଏଚସି ବାହାର କରାଇ ମାନବ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସୂଚନା ଥାଉ କି ଆମେରିକାର କେତେକ ରାଜ୍ୟରେ ଗଞ୍ଜେଇ ସେବନ ଆଇନଗତ ଭାବରେ ବୈଧ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe