୪୧ ଘଣ୍ଟା ଯାତ୍ରା କରି ଭାରତ ଆସି ପାରିବି ନାହିଁ ବୋଲି ଇଡିକୁ କହିଲେ ଚୋକ୍‌ସୀ

Advertisment
୪୧ ଘଣ୍ଟା ଯାତ୍ରା କରି ଭାରତ ଆସି ପାରିବି ନାହିଁ ବୋଲି ଇଡିକୁ କହିଲେ ଚୋକ୍‌ସୀ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଭାରତ ଆସିବା ଲାଗି ମନା କରି ଦେଇଛନ୍ତି ପଳାତକ ବ୍ୟବସାୟୀ ମେହୁଲ ଚୋକ୍‌ସୀ। ନିଜ ପୁତୁରା ନିରବ ମୋଦିଙ୍କ ସହ ମିଶି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୩,୦୦୦ କୋଟି ଟଙ୍କା ଠକିଥିବା ମେହୁଲ ଚୋକ୍‌ସୀଙ୍କୁ ଭାରତ ଆଣିବା ଲାଗି ନୋଟିସ୍‌ କରିଥିଲା ଇଡି। ଏହାର ଜବାବରେ ଚୋକ୍‌ସୀ କହିଛନ୍ତି, ‘ମୋ ଦେହ ଅସୁସ୍ଥ, ତେଣୁ ୪୧ ଘଣ୍ଟା ଯାତ୍ରା କରି ଭାରତ ଯାଇ ପାରବି ନାହିଁ।

୨୦୧୮ ମସିହା ଜାନୁଆରିରେ ଚୋକ୍‌ସୀ ଭାରତରୁ ପଳାଇଯାଇ ଆଣ୍ଟିଗୁଆର ନାଗରିକତ୍ୱ ନେଇ ସେଠାରେ ଅଛନ୍ତି। ମୁମ୍ବାଇର ଏକ ଅଦାଲତରେ ଚୋକ୍‌ସୀଙ୍କ ଓକିଲ ଜଣାଇଥିଲେ କି ଚୋକ୍‌ସୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ଚାହାନ୍ତି। ଏଥିସହ ସେ ଅଦାଲତରେ ଅଭିଯୋଗ କହିଛନ୍ତି ଯେ ଇଡି ଜାଣିଶୁଣି ତାଙ୍କର ଭଗ୍ନସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଉନାହିଁ। ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛି ଇଡି।

publive-image

ଏଥିସହ ମେହୁଲ ଚୋକସୀ କହିଛନ୍ତି କି ସେ ବ୍ୟାଙ୍କଗୁଡ଼ିକ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ଗତ ମାସରେ ସିବିଆଇର ଅନୁରୋଧ କ୍ରମେ ଇଣ୍ଟରପୋଲ୍‌ ଚୋକ୍‌ସୀଙ୍କ ନାମରେ ରେଡ କର୍ଣ୍ଣର ନୋଟିସ୍‌ ଜାରି କରିଛି। ଏହା ଜରିଆରେ ମେହୁଲ ଚୋକ୍‌ସୀଙ୍କୁ ଭାରତ ଆଣିବାକୁ ଚାହୁଁଛି ସିବିଆଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe