Image Courtesy of Hindustan Times
ନୂଆଦିଲ୍ଲୀ: ଭୟଭୀତ ହେବାର କିଛି ନାହିଁ, ରାଜ୍ୟ ସରକାର କରୋନାଭାଇରସ୍ ରୋଗ ଠାରୁ ଚାରି ପାଦ ଆଗୁଆ ରହିଛି ବୋଲି ଗୁରୁତ୍ବାରୋପ କରି ଶନିବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି।
ସେ କହିଛନ୍ତି, ସଂକ୍ରମଣ ଚିନ୍ତାର କାରଣ, କିନ୍ତୁ ଭୟଭୀତ ହେବାର କିଛି ନାହିଁ। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଆପଣମାନଙ୍କ ସରକାର କରୋନାଭାଇରସ୍ ଠାରୁ ଚାରିପାଦ ଆଗରେ ଅଛି।
ସେ ମଧ୍ୟ ଗୁରୁତ୍ବର ସହ କହିଛନ୍ତି କି, ଦେଶ ଚିରଦିନ ଲକ୍ଡାଉନ୍ରେ ରହିପାରିବ ନାହିଁ। କରୋନା ଭାଇରସ୍ ବିସ୍ତାରକୁ ରୋକିବାକୁ ମେ ୩୧ ତାରିଖ ଯାଏଁ ଦେଶବ୍ୟାପି ଲକ୍ଡାଉନ୍ ଘୋଷଣା କରାଯାଇଛି।
ଆମେ ମାନୁଛୁ, ଦିଲ୍ଲୀରେ କୋଭିଡ୍-୧୯ ଦ୍ରୁତ ବେଗରେ ବୃଦ୍ଧି ପାଉଛି। କିନ୍ତୁ, ଚିନ୍ତା କରିବାର କିଛି ନାହିଁ, ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ଆମେ ଚିରଦିନ ଲକ୍ଡାଉନ୍ରେ ରହି ପାରିବା ନାହିଁ।
କେଜ୍ରିୱାଲ୍ ଆହୁରି କହିଛନ୍ତି ଯେ ଦିଲ୍ଲୀରେ ସମୁଦାୟ ରୋଗୀଙ୍କ ମଧ୍ୟରୁ କେବଳ ୨୧୦୦ ଡାକ୍ତରଖାନାରେ ଅଛନ୍ତି। ବାକି ସେମାନଙ୍କ ଘରେ ଚିକିତ୍ସିତ ହେଉଛନ୍ତି। ଏବେ ୬, ୫୦୦ ଶଯ୍ୟା ପ୍ରସ୍ତୁତ ଏବଂ ଆଉ ୯, ୫୦୦ ଶଯ୍ୟା ଆସନ୍ତା ସପ୍ତାହ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ଅଧିକାଂଶ ଲୋକ ସୁସ୍ଥ ହୋଇଯାଉଛନ୍ତି। ପୁଣି ସେମାନେ ଘରେ ସୁସ୍ଥ ହେଉଛନ୍ତି। ଛାନିଆ ହେବା ଅନାବଶ୍ୟକ।
Follow Us