କେବଳ ହାଜତ ଜେରା ଅନାବଶ୍ୟକ ଯୋଗୁ ଆଗୁଆ ଜାମିନ ମିଳିପାରିବ ନାହିଁ: ସୁପ୍ରିମ୍‌କୋର୍ଟ

Advertisment
ସୁପ୍ରିମକୋର୍ଟରେ ଶିବଶଙ୍କରଙ୍କୁ ଆଶ୍ବସ୍ତି: ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ

ନୂଆଦିଲ୍ଲୀ: ହାଜତରେ ଜେରା କରାଯିବାର ଆବଶ୍ୟକତା ନ ଥିବା ଯୁକ୍ତିରେ ହାଇକୋର୍ଟଗୁଡ଼ିକ ଆଗୁଆ ଜାମିନ ମଞ୍ଜୁର କରୁଥିବାରୁ ଗୁରୁବାର ସୁପ୍ରିମ୍‌କୋର୍ଟ ଏହାକୁ ନାପସନ୍ଦ କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜେବି ପାର୍ଦିୱାଲାଙ୍କ ଖଣ୍ଡପୀଠ କହିଛନ୍ତି ଯେ, କେବଳ ହାଜତ ଜେରା ଅନାବଶ୍ୟକ ଯୋଗୁ ଆଗୁଆ ଜାମିନ ମିଳିପାରିବ ନାହିଁ। କୋର୍ଟ କହିଛନ୍ତି, ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ଆଗୁଆ ଜାମିନ ପାଇଁ ଯେଉଁ ଯୁକ୍ତି କରାଯାଉଛି, ସେଥିରେ ଗୋଟିଏ ହିଁ କାରଣ ଦର୍ଶାଉଛି ଯେ ହାଜତ ଜେରାର ଆବଶ୍ୟକତା ନାହିଁ।

ତାହାକୁ ଭିତ୍ତି କରି ଆଗୁଆ ଜାମିନ ବି ମିଳିଯାଉଛି, ଯାହା ଆଇନାନୁଯାୟୀ ଠିକ୍ ନୁହେଁ। ଆଗୁଆ ଜାମିନ ପାଇଁ ହାଜତ ଜେରାର ଅନାବଶ୍ୟକତାକୁ ଏକ କାରଣ ଭାବେ ଗ୍ରହଣ କରାଯାଇପାରେ ମାତ୍ର ତା’ଛଡ଼ା ଅନ୍ୟ କାରଣ ଥିବା ଦରକାର। ଏମିତି ଅନେକ ମାମଲା ରହିଛି, ଯେଉଁଠି ହାଜତ ଜେରାର ଆବଶ୍ୟକତା ନାହିଁ। ମାତ୍ର ତା’ବୋଲି ଆଗୁଆ ଜାମିନ ଦେଇ ଗୁରୁତର ମାମଲାକୁ ଅଣଦେଖା କରିବା ଉଚିତ ନୁହେଁ। ଅପରାଧ କେତେ ବଡ଼ ତାକୁ ଦୃଷ୍ଟିରେ ରଖି ଜାମିନ ମଞ୍ଜୁର ବା ନାମଞ୍ଜୁର କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe