Image Courtesy of The New Arab
ଜେରୁଜେଲମ୍: ଗାଜା ଷ୍ଟ୍ରିପ୍ରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଉପରେ ‘ଗ୍ୟାରେଣ୍ଟି’ ଦେଇ ପାରିବୁ ନାହିଁ ବୋଲି ଇସ୍ରାଏଲ୍ ସେନା ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ଓ ‘ଏଜେନ୍ସି ଫ୍ରାନ୍ସ୍ ପ୍ରେସି’ଙ୍କୁ କହିଛି।
ହମାସ୍ ସଙ୍ଗଠନଦ୍ବାରା ପରିଚାଳିତ ପାଲେଷ୍ଟିନୀୟ ଅଞ୍ଚଳ ଗାଜାରେ ଅକ୍ଟୋବର ୭ ତାରିଖରୁ ବୋମା ବୃଷ୍ଟି ଚାଲିଛି। ଇସ୍ରାଏଲ୍ ଆକ୍ରମଣରେ ପ୍ରାୟ ୭୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।
Image Courtesy of Reutersସେମାନଙ୍କ ସାମ୍ବାଦିକମାନେ ଇସ୍ରାଏଲ୍ ଆକ୍ରମଣର ସରବ୍ୟ ନ ହେବାର ପ୍ରତିଶ୍ରୁତି ଦାବି କରିବାରୁ ଚଳିତ ସପ୍ତାହରେ ଇସ୍ରାଏଲ୍ ପ୍ରତିରକ୍ଷା ବଳ ‘ରଏଟର୍ସ’ ଓ ‘ଏଏଫ୍ପି’କୁ ଲେଖିଛି, ସମଗ୍ର ଗାଜାରେ ଚାଲିଥିବା ହମାସ୍ ସାମରିକ କାର୍ଯ୍ୟକଳାପକୁ ‘ଟାର୍ଗେଟ୍’ କରି ଆମ ଅଭିଯାନ ଚାଲିଛି। ଏହାଛଡ଼ା, ହମାସ୍ ଜାଣିଶୁଣି ସାମ୍ବାଦିକ ଓ ସାଧାରଣ ନାଗରିକ ଥିବା ଅଞ୍ଚଳରେ ସାମରିକ କାର୍ଯ୍ୟକଳାପରେ ଲିପ୍ତ ରହୁଛି।
ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ହମାସ ଉପରେ ହେଉଥିବା ପ୍ରଚଣ୍ଡ ଆକ୍ରମଣ ଆଖପାଖର ଘରଦ୍ବାର ନଷ୍ଟ କରିପାରେ। ଲକ୍ଷ୍ୟଭ୍ରଷ୍ଟ ହୋଇ ହମାସ୍ ରକେଟ୍ ମଧ୍ୟ ଗାଜାରେ ସାଧାରଣ ଜନତାଙ୍କ ମୃତ୍ୟୁର କାରଣ ହୋଇପାରେ। ଏଭଳି ପରିସ୍ଥିତିରେ ଆମେ ଆପଣମାନଙ୍କ କର୍ମଚାରୀମାନଙ୍କ ସୁରକ୍ଷା ପ୍ରତି ‘ଗ୍ୟାରେଣ୍ଟି’ ଦେଇ ପାରିବୁ ନାହିଁ। ତେଣୁ, ସେମାନଙ୍କ ସୁରକ୍ଷା ପ୍ରତି ଆପଣମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।
‘ଦି କମିଟି ଟୁ ପ୍ରୋଟେକ୍ଟ୍ ଜର୍ଣ୍ଣାଲିଷ୍ଟ୍’ କହିଛି ଯେ, ଯୁଦ୍ଧ ଆରମ୍ଭ ବେଳୁ ଏଯାବତ୍ ୨୭ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ଜଣ ପାଲେଷ୍ଟିନୀୟ, ୪ଜଣ ଇସ୍ରାଏଲୀୟ ଓ ଜଣେ ଲେବାନୀୟ ।
Follow Us