Can't handle Bangladesh Yunus: Those who removed Hasina are regretting
ଢାକା: ଗତ ବର୍ଷ ଜୁଲାଇରେ ବାଂଲାଦେଶର ଛାତ୍ରମାନେ ଚାକିରିରେ କୋଟା ବ୍ୟବସ୍ଥା ବିରୋଧରେ ଏକ ବଡ ଆନ୍ଦୋଳନ କରିଥିଲେ। ଅଗଷ୍ଟ ୫ ରେ ସେମାନେ ୧୬ ବର୍ଷ ଧରି ଚାଲୁଥିବା ଶେଖ ହସିନାଙ୍କ ସରକାରକୁ ହଟାଇ ଦେଇଥିଲେ। ଶେଖ ହସିନାଙ୍କୁ ପଳାୟନ କରି ଭାରତରେ ଆଶ୍ରୟ ନେବାକୁ ପଡିଲା। ଏହି ସମୟରେ ବିକ୍ଷୋଭକାରୀମାନଙ୍କ ଉପରେ ଗୁଳି ଚଳାଯାଇଇଥିଲା।
ଯେଉଁଥିପାଇଁ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା। ଶେଖ ହସିନାଙ୍କ ସରକାର ଚାଲିଯିବାର ୬ମାସ ପରେ ଦେଶରେ ବେକାରଙ୍କ ଅବସ୍ଥା ବିଗିଡି ଯାଇଛି। ବର୍ତ୍ତମାନ ଅନେକ ଲୋକ ବିଶ୍ୱାସ କରୁଛନ୍ତି ଯେ, ଛାତିରେ ଗୁଳି ମାଡ଼ ଖାଇବା ଅପେକ୍ଷା ଚାକିରି ପାଇବା ଅଧିକ କଷ୍ଟସାଧ୍ୟ ଅଟେ। ଫଳରେ ଯେଉଁମାନେ ଶେଖ ହସିନାଙ୍କୁ ହଟାଇଥିଲେ, ସେମାନେ ବର୍ତ୍ତମାନ ଅନୁତାପ କରୁଛନ୍ତି। ବାଂଲାଦେଶକୁ ୟୁନୁସ ସମ୍ଭାଳି ପାରୁ ନଥିବା ରିପୋର୍ଟ ପ୍ରକାଶ ପାଇଛି।
ବେକାରୀ କାରଣରୁ ହସିନା ଚେୟାର ହରାଇଥିଲେ। ଗତ ବର୍ଷ ଏହି ବିରୋଧର ମୁଖ୍ୟ କାରଣ ଥିଲା ବେକାରୀ। ଅଗଷ୍ଟ ବିପ୍ଳବର ୬ ମାସ ମଧ୍ୟରେ ଏହା ଅଧିକ ଖରାପ ହୋଇଯାଇଛି। ନ୍ୟୁଜ୍ ଏଜେନ୍ସି ଏଏଫପିର ରିପୋର୍ଟ ଅନୁଯାୟୀ, ଏହି ଆନ୍ଦୋଳନରେ ଭାଗ ନେଇଥିବା ଛାତ୍ରମାନେ ବର୍ତ୍ତମାନ ସେମାନଙ୍କର ସ୍ୱପ୍ନ ଭାଙ୍ଗି ଯାଇଥିବାର ଦେଖୁଛନ୍ତି। ଢାକା ବିଶ୍ୱବିଦ୍ୟାଳୟର ଛାତ୍ର ମହମ୍ମଦ ରିଜୱାନ୍ ଚୌଧୁରୀ ଏଏଫପି କୁ କହିଛନ୍ତି ଯେ, ମହମ୍ମଦ ୟୁନୁସଙ୍କ କାର୍ଯ୍ୟନିର୍ବାହୀ ସରକାର ଯୁବବର୍ଗମାନଙ୍କ ପାଇଁ କିଛି କରିନାହାନ୍ତି।
ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ ମାମଲା, ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଚୌ ଧୁରୀ କହିଛନ୍ତି ଯେ, ମୁଁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ଅର୍ଥପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିବାର ଦେଖୁ ନାହିଁ। ଗତ ବର୍ଷ ୨୫ ବର୍ଷ ବୟସ୍କ ଚୌଧୁରୀ ଶେଖ ହସିନାଙ୍କୁ ଦେଶ ଛାଡି ପଳାଇବାକୁ ବାଧ୍ୟ କରିଥିଲେ। ବାଂଲାଦେଶ ପରିସଂଖ୍ୟାନ ବ୍ୟୁରୋ (ବିବିଏସ୍) ଅନୁଯାୟୀ, ସେପ୍ଟେମ୍ବର ୨୦୨୪ ସୁଦ୍ଧା ବେକାରଙ୍କ ସଂଖ୍ୟା ୨୬.୬ଲକ୍ଷକୁ ବୃଦ୍ଧି ପାଇଛି। ଯାହା ଗତ ବର୍ଷର ୧୪.୯ ଲକ୍ଷ ତୁଳନାରେ ୬ ପ୍ରତିଶତ ଅଧିକ।
ସେପ୍ଟେମ୍ବରରେ ଦେଶର ଅର୍ଥନୈତିକ କାର୍ଯ୍ୟକଳାପରେ ଏକ ମନ୍ଥର ଗତି ବିଷୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଧ୍ୟ ଚେତାବନୀ ଦେଇଛି। ଏଥି ସହିତ ମୁଦ୍ରାସ୍ଫୀତି ଦୁଇ ଅଙ୍କ ସ୍ତରରେ ରହିଛି। ଟିକସ ରୋଜଗାର ହ୍ରାସ ପାଇଥିବାବେଳେ ଖର୍ଚ୍ଚ ଚାପ ବୃଦ୍ଧି ପାଇଛି। ଅନେକ ଲୋକ ହସିନାଙ୍କୁ କ୍ଷମତାରୁ ହଟାଇବା ଏକ ଭୁଲ୍ ପଦକ୍ଷେପ ବୋଲି ଅନୁଭବ କରୁଛନ୍ତି। ଚୌଧୁରୀ କହିଛନ୍ତି, ୟୁନୁସ୍ ଛାତ୍ର ନେତାମାନଙ୍କୁ କ୍ୟାବିନେଟ୍ ପଦ ଦେଇଛନ୍ତି, କିନ୍ତୁ ଛାତ୍ରମାନଙ୍କ ଦାବିକୁ ଅଣଦେଖା କରାଯାଉଛି।
ଅଧିକ ପଢ଼ନ୍ତୁ: ଟ୍ରେନ୍ ଦୁର୍ଘଟଣା ପଛରେ ଚା‘ ବିକାଳିଙ୍କ ଗୁଜବ
Follow Us