ଦିଲ୍ଲୀ, ପଶ୍ଚିମବଙ୍ଗର ବରିଷ୍ଠ ନାଗରିକମାନଙ୍କୁ କାହିଁକି କ୍ଷମା ମାଗିଲେ ମୋଦୀ ?

ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ରାଜନୈତିକ କାରଣରୁ ସରକାର ଆୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରୁନଥିବାରୁ ଏହି ସବୁ ରାଜ୍ୟର ବରିଷ୍ଠ ନାଗରିକ ମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ।

ଅଦ୍ୟତନ ହୋଇଛି
ayushman

ନୂଆଦିଲ୍ଲୀ: ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ରାଜନୈତିକ କାରଣରୁ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରୁନଥିବାରୁ ଏହି ସବୁ ରାଜ୍ୟର ବୟସ୍କ ମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ।

ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦୁଇ ରାଜ୍ୟର ବୃଦ୍ଧବୃଦ୍ଧାମାନେ ଏହାର ସମ୍ପ୍ରସାରିତ କାର୍ଯ୍ୟକ୍ରମ ଅଧୀନରେ ମାଗଣା ଚିକିତ୍ସାର ଲାଭ ପାଇବାରେ ସକ୍ଷମ ହୋଇନଥିବାରୁ ସେ ଦୁଃଖିତ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୭୦ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ସାମିଲ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ଏହି ଯୋଜନା ସମସ୍ତ ବୟସ ବର୍ଗର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧାକୁ ସହଜ କରିବ । କିନ୍ତୁ ଦିଲ୍ଲୀ ଓ ପଶ୍ଚିମବଙ୍ଗର ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମୁଁ କ୍ଷମା ପ୍ରାର୍ଥନା କରୁଛି ଯେ ମୁଁ ଏ କ୍ଷେତ୍ରରେ ସେମାନଙ୍କ ସହାୟତା କରିପାରିବି ନାହିଁ। ମୁଁ ତୁମମାନଙ୍କର ଯନ୍ତ୍ରଣାକୁ ବୁଝୁଛି, କିନ୍ତୁ ମୁଁ ତୁମମାନଙ୍କୁ ସାହାଯ୍ୟ କରିପାରିବି ନାହିଁ | ଏହାର କାରଣ ହେଉଛି ରାଜ୍ୟ ସରକାରମାନେ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରୁନାହାଁନ୍ତି ।“

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ଯୋଜନା ସମସ୍ତ ବୟସ ବର୍ଗର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧାକୁ ସହଜ କରିବ । କିନ୍ତୁ ଦିଲ୍ଲୀ ଓ ପଶ୍ଚିମବଙ୍ଗର ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମୁଁ କ୍ଷମା ପ୍ରାର୍ଥନା କରୁଛି ଯେ ମୁଁ ଏ କ୍ଷେତ୍ରରେ ସେମାନଙ୍କ ସହାୟତା କରିପାରିବି ନାହିଁ। ମୁଁ ତୁମମାନଙ୍କର ଯନ୍ତ୍ରଣାକୁ ବୁଝୁଛି, କିନ୍ତୁ ମୁଁ ତୁମମାନଙ୍କୁ ସାହାଯ୍ୟ କରିପାରିବି ନାହିଁ | ଏହାର କାରଣ ହେଉଛି ରାଜ୍ୟ ସରକାରମାନେ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରୁନାହାଁନ୍ତି ।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe