କୁତବ ମିନାର ପରି ଏକ ସଂରକ୍ଷିତ ସ୍ମାରକୀ ସ୍ଥାନରେ ମନ୍ଦିର ପୁର୍ନନିର୍ମାଣ ହୋଇପାରିବ ନାହିଁ: ଏଏସଆଇ

Advertisment
କୁତବ ମୀନାର ପରିସରରେ ମନ୍ଦିର ଭାଙ୍ଗି ମସ୍‌ଜିଦ ନିର୍ମାଣ ହୋଇଥିବା ପ୍ରମାଣ ନାହିଁ: ଏଏସ୍‌ଆଇ

photo-the statesman

ନୂଆଦିଲ୍ଲୀ: କୁତବ ମିନାର ମାମଲାର ଉତ୍ତରରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ଏଏସଆଇ) ମେ ୨୪ ତାରିଖ (ମଙ୍ଗଳବାର‌)ରେ ସାକତେ କୋର୍ଟରେ କହିଛନ୍ତି କି ଏକ ସଂରକ୍ଷିତ ସ୍ମାରକୀ ସ୍ଥାନରେ ମନ୍ଦିର ପୁର୍ନନିର୍ମାଣ ହୋଇପାରିବ ନାହିଁ। ଏଏସଆଇ କହିଛି ଯେ ୧୯୧୪ ମସିହାରୁ କୁତବ ମିନାର ଏକ ସଂରକ୍ଷିତ ସ୍ମାରକୀ ଭାବେ ରହିଆସିଛି। ଏହାର ସଂରଚନାକୁ ବର୍ତ୍ତମାନ ପରିବର୍ତ୍ତନ କରାଯାଇପାରିବ ନାହିଁ। ଏକ ସ୍ମାରକୀରେ ପୂଜାପାଠ ପାଇଁ ଅନୁମତି ଦିଆଯାଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ଦେଶରେ ଥିବା ବିଭିନ୍ନ ମୁସଲିମ ସ୍ମାରକୀକୁ ନେଇ ଏବେ ବିବାଦ ଦେଖାଦେଇଥିବା ବେଳେ କୁତବ ମିନାରକୁ ନେଇ ବଡ଼ ଦାବି କରିଥିଲେ ପୂର୍ବତନ ଏଏସଆଇ ଅଧିକାରୀ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ଏଏସଆଇ) ର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା କହିଥିଲେ ଯେ କୁତବ ମିନାର ହେଉଛି ଏକ ସୂର୍ଯ୍ୟ ସ୍ତମ୍ଭ । ସୂର୍ଯ୍ୟଙ୍କ ଦର୍ଶନ ପାଇଁ ଏହାକୁ ନିର୍ମାଣ କରାଯାଇଥିଲା। ଏହାକୁ କୁତବ-ଉଦ୍ଦ୍-ଦିନ୍- ଆଇବାକ୍ ନୁହନ୍ତି ରାଜା ବିକ୍ରମାଦିତ୍ୟ ନିର୍ମାଣ କରିଥିଲେ। ତାପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe