Image Courtesy of India Today
ନୂଆଦିଲ୍ଲୀ: ପ୍ରତିଶ୍ରୁତି ଦେବାରୁ ରାଜନୈତିକ ଦଳମାନଙ୍କୁ ନିବୃତ୍ତ କରି ହେବନାହିଁ ବୋଲି ଆଜି ମାଗଣା ସାମଗ୍ରୀ ପ୍ରଦାନ ମାମଲାରେ ‘ଡିଏମ୍କେ’ ଫାଇଲ୍ କରିଥିବା ପିଟିସନ୍ ଶୁଣାଣି ବେଳେ ଆଜି ଭାରତର ପ୍ରଧାନ ବିଚାରପତି ଏନ୍. ଭି. ରମନା କହିଛନ୍ତି।
ସେ କହିଛନ୍ତି, ସୁବିଧା ଯୋଗାଇ ଦେବା ସରକାରଙ୍କର କର୍ତ୍ତବ୍ୟ। କିନ୍ତୁ, ଏ କ୍ଷେତ୍ରରେ ଚିନ୍ତାର ବିଷୟ ହେଉଛି ସର୍ବସାଧାରଣଙ୍କ ଅର୍ଥ ସଦ୍ବିନିଯୋଗ। ଏ ପ୍ରସଙ୍ଗ ଅତ୍ୟନ୍ତ ଜଟିଳ। ଏହି ସବୁ ସମସ୍ୟାଗୁଡ଼ିକୁ ଅଦାଲତ ତର୍ଜମା କରି ପାରିବ କି, ନାହିଁ, ତାହା ମଧ୍ୟ ଗୋଟାଏ ପ୍ରସଙ୍ଗ।
ଉଲ୍ଲେଖଯୋଗ୍ୟ, ନିର୍ବାଚନକାଳୀନ ମାଗଣା ସାମଗ୍ରୀ ପ୍ରଦାନ ମାମଲାରେ ମଙ୍ଗଳବାର ଦିନ ‘ଡିଏମ୍କେ’ ପିଟିସନ୍ ଫାଇଲ୍ କରିଥିଲା। ବ୍ୟାପକ ଏବଂ ଏକାଧିକ ଉଦ୍ଦେଶ୍ୟ ଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କଦ୍ବାରା ପ୍ରଚଳିତ ଜନକଲ୍ୟାଣ ଯୋଜନାଗୁଡ଼ିକୁ ମାଗଣା ସାମଗ୍ରୀ ପ୍ରଦାନ କୁହାଯାଇ ପାରିବ ନାହିଁ ବୋଲି ଉକ୍ତ ପିଟିସନ୍ରେ ‘ଡିଏମ୍କେ’ ଯୁକ୍ତି ବାଢ଼ିଥିଲା।
Image Courtesy of Free Press Journalସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା କହିଲେ, ସିବଲ୍ ଏବଂ ବିକାଶ ସିଂହ ଦେଇଥିବା ପ୍ରସ୍ତାବ ପହଞ୍ଚି ନ ଥିବାରୁ ଆସନ୍ତାକାଲି ଏହି ମାମଲାର ଶୁଣାଣି ହୋଇପାରିବ ନାହିଁ।
ଆବେଦନକାରୀ ହଂସାରିଆ କହିଲେ, ଏହି ପ୍ରସ୍ତାବଗୁଡ଼ିକୁ ଅଦାଲତ ବିଚାରକୁ ନେଇ ଗୋଟାଏ କମିଟି ଗଠନ କରିବା ଉଚିତ।
‘ଡିଏମ୍କେ’ ପକ୍ଷରୁ ହାଜର ହୋଇ ପି. ହଂସାରିଆ କହିଲେ, ଆମେ ‘ହସ୍ତକ୍ଷେପ ଆବେଦନ’ କରିଛୁ। ଭାରତ ହେଉଛି । ଗୋଟାଏ ସମାଜବାଦୀ ଜନ ମଙ୍ଗଳକାରୀ ରାଷ୍ଟ୍ର। ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯିବା କଥା। କମିଟିଟିଏ ଗଠନ କରାଯିବ କଥାକୁ ଆମେ ବିରୋଧ କରୁଛୁ।
ଏ କଥା ଶୁଣି ପ୍ରଧାନ ବିଚାରପତି କହିଲେ, ବିରୋଧ କରିବାକୁ ଆପଣଙ୍କର ଅଧିକାର ଅଛି। ଏହର ଅର୍ଥ ନୁହେଁ ଯେ, ଆମେ ରାୟ ଶୁଣାଇ ପାରିବୁ ନାହିଁ।
Follow Us