ସାଂଘାତିକ ଅପରାଧ ସାଲିସ୍ ଦ୍ବାରା ସମାଧାନ ହୋଇପାରିବ ନାହିଁ: ସୁପ୍ରିମ୍‌ କୋର୍ଟ

ସୁପ୍ରିମ୍‌କୋର୍ଟରେ ଭିଭିପିଏଟି ଶୁଣାଣି: ନିର୍ବାଚନ କମିସନ ଉପରେ ଭରସା ରଖ

Image Courtesy of The Times of India

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଶୁକ୍ରବାର କହିଛନ୍ତି ଯେ, ସାଂଘାତିକ ଅପରାଧଗୁଡ଼ିକୁ ସାଲିସ୍ ଦ୍ବାରା ସମାଧାନ ପାଇଁ ଅନୁମତି ମିଳିବ ନାହିଁ। ଅଭିଯୋଗକାରୀ ଯଦି କୁହନ୍ତି- ଆମ ଭିତରେ ଟଙ୍କା ଦେଣନେଣ ବା ଆପୋସ ବୁଝାମଣାରେ ମାମଲାର ସମାଧାନ ହୋଇଗଲା, ମୁଁ ଏବେ କୋର୍ଟରୁ ଅଭିଯୋଗ ପ୍ରତ୍ୟାହାର କରିନେବାକୁ ଚାହେଁ, ତେବେ ତାହାକୁ ଅନୁମତି ଦିଆଯାଇପାରିବ ନାହିଁ। ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଭି ରାମସୁବ୍ରମଣ୍ୟମ୍‌ଙ୍କ ଖଣ୍ଡପୀଠ ଏକ ଆତ୍ମହତ୍ୟା ମାମଲା ଉପରେ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଲେ ଯେ ଏପରି ମାମଲାକୁ ସାଲିସ୍ ମାଧ୍ୟମରେ ସମାଧାନ କରିବାକୁ ଅନୁମତି ଦେବା ସମାଜ ପାଇଁ ହିତକର ନୁହେଁ। ସେମିତି ହେଲେ ଯାହାଙ୍କ ପାଖରେ ପ୍ରଚୁର ଧନ ଅଛି ସେମାନେ ମନଇଚ୍ଛା ଅପରାଧ କରିବେ ଏବଂ ଟଙ୍କା ଦେଇ ପୀଡ଼ିତଙ୍କୁ କେସ୍ ଫେରାଇ ନେବାକୁ ବାଧ୍ୟ କରିବେ। ଏଣୁ ଗୁରୁତର ଅପରାଧକୁ ବାଦୀ-ପ୍ରତିବାଦୀଙ୍କ ମଧ୍ୟରେ ଆପୋସ ବୁଝାମଣା ଭିତ୍ତିରେ ବା ଟଙ୍କା ଦେଣନେଣ ମାଧ୍ୟମରେ ସମାଧାନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe