ବାପା ବୟସର ହେବି, ତଥାପି ସେ ମୋତେ ଗାଳି କଲେ: ଇସ୍ତଫାପତ୍ରରେ ଅଭିଯୋଗର ଚିଠା ଲେଖିଦେଲେ କ୍ୟାପଟେନ

ବାପା ବୟସର ହେବି, ତଥାପି ସେ ମୋତେ ଗାଳି କଲେ: ଇସ୍ତଫାପତ୍ରରେ ଅଭିଯୋଗର ଚିଠା ଲେଖିଦେଲେ କ୍ୟାପଟେନ

photo-live hindustan

ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସରୁ ଇସ୍ତଫା ଘୋଷଣା କରି ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ ପୂର୍ବତନ କ୍ରିକେଟରଙ୍କୁ ପାକିସ୍ତାନର ଶୁଭେଚ୍ଛୁ ତଥା ଅସ୍ଥିର ମାନସିକ ବ୍ୟକ୍ତି ବୋଲି କହିଛନ୍ତି। କ୍ୟାପଟେନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ସାତ ପୃଷ୍ଠାର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ମୁଁ ତାଙ୍କ(ସିଦ୍ଧୁ) ପିତାଙ୍କ ପରି ବୁଢା ଲୋକଟିଏ ହୋଇଥିଲେ ବି ସେ ମୋ ପ୍ରତି ଘୃଣ୍ୟ ତଥା ଅପମାନଜନକ ଭାଷା ବ୍ୟବହାର କରି ଚାଲିଛନ୍ତି। ସେ (ନବଜୋତ ସିଂ ସିଦ୍ଧୁ) ମୋତେ ଏବଂ ମୋ ସରକାରଙ୍କୁ ନିୟମିତ ଭାବେ ଦୁର୍ବ୍ୟବହାର କରୁଥିଲେ। ମୁଁ ତାଙ୍କ ପିତାଙ୍କ ପରି ବୃଦ୍ଧ ହୋଇଥିଲେ ବି ସେ ସର୍ବସାଧାରଣ କିମ୍ବା ବ୍ୟକ୍ତିଗତ ଭାବରେ ମୋ ବିରୁଦ୍ଧରେ ଅଶାଳୀନ ଭାଷା ବ୍ୟବହାର କରିବାକୁ ପଛଘୁଞ୍ଚା ଦେଉନଥିଲେ ।

କ୍ୟାପଟେନ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ରାଜନୈତିକ କ୍ୟାରିୟରର ୫୨ ବର୍ଷ ପରେ ମଧ୍ୟ ତାଙ୍କୁ କଂଗ୍ରେସ ସମ୍ମାନ ଦେଇନଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ସ୍ମୃତି ବିଷୟରେ ଉଲ୍ଲେଖ କରି କ୍ୟାପଟେନ ଲେଖିଛନ୍ତି ଯେ ସେ ସାରା ଜୀବନ କଂଗ୍ରେସ ସେବା କରିଥିଲେ କିନ୍ତୁ ଦଳ ତାଙ୍କ ପ୍ରତି ଧ୍ୟାନ ଦେଇନଥିଲା। କ୍ୟାପଟେନ ଲେଖିଛନ୍ତି ଯେ ମୋର ବହୁ ବିରୋଧ ପରେ ବି ନବଜୋତ ପାକିସ୍ତାନ ଯାଇ ସେନା ମୁଖ୍ୟ ବାଜବା ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିଥିଲେ | ତଥାପି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା |

ନିଜ ଇସ୍ତଫା ପତ୍ରରେ ସେ ରାହୁଲ ଓ ପ୍ରିୟଙ୍କାଙ୍କ ବାବଦରେ ମଧ୍ୟ ଲେଖିଛନ୍ତି | କ୍ୟାପଟେନ ଲେଖିଛନ୍ତି ଯେ ରାହୁଲ ଏବଂ ପ୍ରିୟଙ୍କା ମଧ୍ୟ ମୋତେ ନିରାଶ କରିଥିଲେ | ତେବେ ଏବେ ବି ମୁଁ ସେମାନଙ୍କୁ ଭଲ ପାଏ | ନିଜ ପିଲାମାନଙ୍କୁ ଯେତିକି ଭଲ ପାଏ, ସେତିକି ଭଲ ପାଇବା ଏବେ ବି ରାହୁଲ ଓ ପ୍ରିୟଙ୍କାଙ୍କ ପ୍ରତି ଅଛି ବୋଲି କ୍ୟାପଟେନ ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe