ପୁନେରେ କାର ଦୁର୍ଘଟଣା, ୭ ମୃତ

Advertisment
ଖାଇକୁ ବସ୍ ଖସି ୨୦ ମୃତ

ପୁନେ: ପୁରୁଣା ପୁନେ-ମୁମ୍ବାଇ ରାଜପଥ ନିକଟସ୍ଥ ଲୋନାଓ୍ଵାଲାଠାରେ ରବିବାର ଦୁଇଟି କାର ପରସ୍ପର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣ ପ୍ରାଣ ହରାଇଛନ୍ତି। ଘଟଣାରେ ୩ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ, ଗୋଟିଏ କାର ମୁମ୍ବାଇ ଅଭିମୁଖେ ଦ୍ରୁତ ବେଗରେ ଯାଉଥିବା ବେଳେ ଏହାର ଚାଳକ ହଠାତ୍‌ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ କାରକୁ ଏହା ଧକ୍କା ଦେଇଥିଲା। ମୁମ୍ବାଇ ଅଭିମୁଖେ ଯାଉଥିବା କାର୍‌ରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାର୍‌ର ଦୁଇଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe