ଲିଫ୍ଟ ମାଗିବା ହେଲା କାଳ; ଗଭୀର ଖାଇରେ କାର ଖସି ପଡ଼ିବାରୁ ଅଧ୍ୟପକ ସମେତ ହେଲା ମା’ ଓ ପୁଅର ମୃତ୍ୟୁ

ଲିଫ୍ଟ ମାଗିବା ହେଲା କାଳ; ଗଭୀର ଖାଇରେ କାର ଖସି ପଡ଼ିବାରୁ ଅଧ୍ୟପକ ସମେତ ହେଲା ମା’ ଓ ପୁଅର ମୃତ୍ୟୁ

ଚମ୍ବା: ହିମାଚଳ ପ୍ରଦେଶରେ ଚମ୍ବା ଜିଲ୍ଲାର ତିସାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାରରେ ବସିଥିବା ଅଧ୍ୟାପକ, ମା’ ଓ ପୁଅ ସମେତ ୪ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଦେବା ସହ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଅଧ୍ୟାପକ ସମ୍ମି ଲାଲ ନିଜ କାର ଧରି କୌଣସି କାମରେ ସୁରଙ୍ଗାନି ଯାଇଥିଲେ। କାମ ସାରି ଅପରାହ୍ନରେ ଘରକୁ ଫେରିବା ସମୟରେ ମା’ ଓ ପୁଅ ସମେତ ତାଙ୍କୁ ୩ଜଣ ଲିଫ୍ଟ ମାଗିଥିଲେ। କିନ୍ତୁ ଏହି ଲିଫ୍ଟ ସେମାନଙ୍କ ପାଇଁ ଯମ ହୋଇ ଛିଡ଼ା ହୋଇଥିଲା। ଅଧ୍ୟପକ, ମା’ ଓ ପୁଅ ସମେତ ୩ଜଣ କାରରେ ବସି ତିସା ଆଡକୁ ଯାଉଥିଲେ। କିନ୍ତୁ ତିସା ନିକଟରେ ଅଧ୍ୟାପକଙ୍କ କାର ସହିତ ଆଉ ଏକ କାର ଆସି ଧକ୍କା ହେବାରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ କାରଟି ସିଧା ଯାଇ ୩୦୦ମିଟର ଗଭୀର ଖାଇରେ ପଡିଯାଇଥିଲା।

ଖାଇରେ ପଡିବା ପରେ କାରରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବ ସହ ଜୋରଦାର ବିସ୍ଫୋରଣ ମଧ୍ୟ ହୋଇଥିଲା। ଫଳରେ କାର ଭିତରେ ଥିବା ଯାତ୍ରୀମାନେ ଏଥିରେ ଜଳି ଯାଇଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହିତ ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe