ପାଣି ସୁଅରେ ଖସିପଡିଲା କାର, ୪ ଜଣ ନିଖୋଜ

Advertisment
ପାଣି ସୁଅରେ ଖସିପଡିଲା କାର, ୪ ଜଣ ନିଖୋଜ

photo-ani

ଶ୍ରୀନଗର: ଜମ୍ମୁକାଶ୍ମୀରର ଉଦମପୁରର ରାମନଗର ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି | ଏକ କାର ଭରା ନଦୀରେ ଖସିପଡିଥିବାବେଳେ ୩ ଜଣ ପିଲାଙ୍କ ସମେତ ପାଞ୍ଚ ଜଣ ବୁଡ଼ି ଯାଇଥିଲେ। କାରରେ ଥିବା ସମସ୍ତ ପରିବାର ସଦସ୍ୟ ନିଖୋଜ ହୋଇଯାଇଛନ୍ତି। ତେବେ ଏପର୍ଯ୍ୟନ୍ତ ସୁଦ୍ଧା ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କ ସନ୍ଧାନ ଜାରି ରହିଛି | ନଦୀରେ ଜଳ ପ୍ରବାହ ପ୍ରଖର ଥିବାବେଳେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଜାମ୍ମୁ-କାଶ୍ମୀର ଜିଲ୍ଲା ଉଦମପୁର-ରାମନଗର ରାସ୍ତାରେ ଥିବା କଘୋଟା ନାଳରେ ଏକ କାର ଖସିପଡିଥିଲା | ଏହି କାରରେ ଥିବା ପାଞ୍ଚ ଜଣ ନଦୀ ପାଣିରେ ବୁଡ଼ିଯାଇଥିବାବେଳେ କେବଳ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି | ରାମନଗରର ଏସଡିପିଓ କହିଛନ୍ତି- "ଅବଶିଷ୍ଟ ୪ଟି ମୃତଦେହକୁ ଖୋଜାଯାଉଛି।

publive-image photo-ani

୪ ଦିନ ବିତିଯାଇଥିବାବେଳେ ଏହି ଅଂଚଳରେ ପ୍ରବଳ ବର୍ଷା ହେତୁ ନଦୀରେ ଜଳ ପ୍ରବାହ ପ୍ରଖର ରହିଛି | ଏପର୍ଯ୍ୟନ୍ତ ମିଳିଥିବା ଗୋଟିଏ ମୃତଦେହ ପରିବାରର ମୁଖ୍ୟ ମୋହନ ଲାଲଙ୍କର ବୋଲି କୁହାଯାଉଛି | ବର୍ତ୍ତମାନ ସୁଦ୍ଧା ଅନୁସନ୍ଧାନରୁ ଜଣାପଡିଛି ଯେ କାରଟି ନିୟନ୍ତ୍ରଣ ହରାଇ ନଦୀ ଭିତରକୁ ଖସିପଡିଥିଲା। ପାଣି ଗଭୀର ଥିବାରୁ କାରଟି ପାଣିରେ ବୁଡ଼ି ଯାଇଥିଲା। କାରରେ ମୋହନ ଲାଲ, ତାଙ୍କ ପତ୍ନୀ ଏବଂ ତିନି ପିଲା ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe