Deccan Herald
କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର କାର୍ ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଏକ ବିସ୍ଫୋରକ ବୋଝେଇ କାର୍ ଜନଗହଳିପୂର୍ଣ୍ଣ ଅଂଚଳରେ ବିସ୍ଫୋରଣ ହୋଇଥିଲା।
ଆମେରିକା ସୈନ୍ୟବାହିନୀ ଆଫଗାନିସ୍ତାନ ଛାଡ଼ିବାର ପ୍ରଥମ ବାର୍ଷିକୀ ଅବସରରେ ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଘଟଣାରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ସମସ୍ତ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।
ତାଲିବାନ ସରକାର ପାଇଁ ଏବେ ଆଫଗାନିସ୍ତାନରେ ଆଇଏସ୍ ଆତଙ୍କବାଦୀ ସଂଗଠନ ବଡ଼ ଚ୍ୟାଲେଂଜ ଭାବେ ସାମ୍ନାକୁ ଆସିଛି। ଆଇଏସ୍ର ବିଭିନ୍ନ ଶାଖା ଦେଶର ଭିନ୍ନ ଭିନ୍ନ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ପ୍ରୟାସ ଚଳାଇଛନ୍ତି।
Follow Us