କାର୍‌ ବୋମା ବିସ୍ଫୋରଣରେ ଅନ୍ୟୂନ ୨୬ଜଣ ଆଫଗାନ ନିରାପତ୍ତା କର୍ମଚାରୀ ନିହତ: ରିପୋର୍ଟ

କାର୍‌ ବୋମା ବିସ୍ଫୋରଣରେ ଅନ୍ୟୂନ ୨୬ଜଣ ଆଫଗାନ ନିରାପତ୍ତା କର୍ମଚାରୀ ନିହତ: ରିପୋର୍ଟ

Image Courtesy of Hindustan Times

ଗଜନି (ଆଫଗାନିସ୍ତାନ): ରବିବାର ଦିନ ଜଣେ ଆତ୍ମଘାତୀ କାର୍‌ ବୋମାବିସ୍ଫୋରଣକାରୀ ଆଫଗାନିସ୍ତାନର ଏକ ‘ଆର୍ମି ବେସ୍‌’ରେ ଧକ୍କା ଦେବାରୁ ଅନ୍ୟୂନ ୨୬ଜଣ ନିରପତ୍ତା କର୍ମଚାରୀ ନିହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ତାଲିବାନ ଏବଂ ସରକାରୀ ସେନା ମଧ୍ୟରେ ନିୟମିତ ଲଢ଼େଇ ଚାଲୁଥିବା ଗଜନି ପୂର୍ବାଞ୍ଚଳ ପ୍ରଦେଶର ରାଜଧାନୀ ଗଜନି ସହର ଉପକଣ୍ଠରେ ଏହି ଆକ୍ରମଣ ସଙ୍ଗଠିତ ହୋଇଛି।

ଦୁଇ ଦଶନ୍ଧି ହେବ ଚାଲିଥିବା ଲଢ଼େଇରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ଏହି ଗରିବ ଦେଶରେ ଯୁଦ୍ଧର ଅବସାନ ନିମନ୍ତେ ସରକାର ଓ ତାଲିବାନ ଶାନ୍ତି ଆଲୋଚନା ଚଳାଇଥିବା ବେଳେ ଏଭଳି ଆକ୍ରମଣ ହୋଇଛି।

publive-image Image Courtesy of The Arab News

ଗଜନି ହସ୍ପିଟାଲ୍‌ର ନିର୍ଦେଶକ ବାଜ ମହମ୍ମଦ ହେମତ ଗଣମାଧ୍ୟମକୁ କହିଛନ୍ତି, ଏ ପର୍ଯ୍ୟନ୍ତ ଆମେ ୨୬ଟି ମୃତ ଦେହ ଓ ୧୭ଜଣ ଆହତଙ୍କୁ ଗ୍ରହଣ କରିଛୁ। ସେମାନଙ୍କ ମଧ୍ୟରୁ ସମସ୍ତେ ହେଉଛନ୍ତି ନିରାପତ୍ତା କର୍ମଚାରୀ।

ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ସେହି ଗାଡ଼ିଟିକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିବା କଥା ଗୃହ ମନ୍ତ୍ରାଳୟ ମୁଖପାତ୍ର ତାରିକ ଆରିଆନ୍‌ କହିଛନ୍ତି।
ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣ କରିଥିବା ଦାବି କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe