କାବୁଲ୍‌ ହାଇସ୍କୁଲ୍‌ ସମ୍ମୁଖରେ କାର୍‌ ବୋମା ବିସ୍ଫୋରଣ: ୫୫ ମୃତ, ୧୫୦ରୁ ଅଧିକ ଆହତ; ମୃତାହତଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ

କାବୁଲ୍‌ ହାଇସ୍କୁଲ୍‌ ସମ୍ମୁଖରେ କାର୍‌ ବୋମା ବିସ୍ଫୋରଣ: ୫୫ ମୃତ, ୧୫୦ରୁ ଅଧିକ ଆହତ; ମୃତାହତଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ

Image Courtesy of The New York Times

କାବୁଲ: ଶନିବାର ଅପରାହ୍ଣରେ ଆଫଗାନ ରାଜଧାନୀ କାବୁଲସ୍ଥିତ ଏକ ଉଚ୍ଚ ବିଦ୍ୟାଳୟ ବାହାରେ ଘଟିଥିବା କାର୍‌ ବୋମା ଓ ମୋର୍ଟାର୍‌ ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୫୫ଜଣ ପ୍ରାଣ ହରାଇଛନ୍ତି ଓ ୧୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଏହି ଆକ୍ରମଣ ପାଇଁ ରାଷ୍ଟ୍ରପତି ଅଶରଫ୍‌ ଘନି ତାଲିବାନ୍‌ ବିଦ୍ରୋହୀଙ୍କୁ ଦାୟୀ କରି କହିଛନ୍ତି, ଏହା ହେଉଛି ମାନବତା ପ୍ରତି ଅପରାଧ।

ଜଣେ ବରିଷ୍ଠ ନିରାପତ୍ତା ଅଧିକାରୀ କହିଛନ୍ତି, ନିହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ‘ସୟେଦ୍‌ ଉଲ୍‌ ଶୁହାଦା ସ୍କୁଲ୍‌’ରୁ ବାହାରି ଆସୁଥିବା ଛାତ୍ରୀ। ବିସ୍ଫୋରଣରେ ସାଙ୍ଘାତିକ ଆହତ ହୋଇଥିବା ଅନେକ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

publive-image Image Courtesy of India Today

ଗଣମାଧ୍ୟମକୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ସ୍କୁଲ୍‌ ଫାଟକ ସମ୍ମୁଖରେ ଘଟିଥିବା ବିସ୍ଫୋରଣଟି ଥିଲା ଗୋଟାଏ କାର୍‌ ବୋମା ବିସ୍ଫୋରଣ। ନିହତଙ୍କ ମଧ୍ୟରୁ ସାତ/ଆଠଜଣ ହେଉଛନ୍ତି ସ୍କୁଲ୍‌ରୁ ପଢ଼ା ସାରି ଘରକୁ ଫେରୁଥିବା ଛାତ୍ରୀ।

ଶିକ୍ଷାମନ୍ତ୍ରାଳୟର ମୁଖପାତ୍ର ନଜିବା ଆରିଆନ୍‌ କହିଛନ୍ତି, ‘ସୟେଦ୍‌ ଉଲ୍‌ ଶୁହାଦା ସ୍କୁଲ୍‌’ରେ ଉଭୟ ପୁଅ ଓ ଝିଅମାନଙ୍କୁ ତିନୋଟି ‘ସିଫ୍‌ଟ୍‌’ରେ ଶିକ୍ଷାଦାନ କରାଯାଏ। ଦ୍ବିତୀୟ ‘ସିଫ୍‌ଟ୍‌’ରେ ଛାତ୍ରୀମାନେ ପଢ଼ନ୍ତି। ମୃତାହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ରୀ।

ଅପରାହ୍ଣ ୪ଟା ବେଳେ ଛାତ୍ରୀମାନେ ସ୍କୁଲ୍‌ରୁ ଘରକୁ ଫେରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ପବିତ୍ର ରମ୍‌ଜାନ୍‌ ମାସ ଶେଷ ପାଇଁ ସ୍ଥାନୀୟ ବାସିନ୍ଦାମାନେ ପ୍ରସ୍ତୁତିରେ ଲାଗିଥିବାରୁ ସ୍କୁଲ୍‌ ସମ୍ମୁଖ ରାସ୍ତାରେ ମଧ୍ୟ ଜନଗହଳି ହୋଇଥିଲା।

କାବୁଲ୍‌ସ୍ଥିତ ମହମଦ୍‌ ଅଲି ଜିନ୍ନା ହସ୍ପିଟାଲ୍‌ର ମୁଖ୍ୟ ଡାକ୍ତର ମହମ୍ମଦ ଦାଉଦ୍‌ ଡେନିସ୍‌ କହନ୍ତି, ଚିକିତ୍ସାଧୀନା ଅନେକ ଛାତ୍ରୀଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟଜନକ ଅବସ୍ଥାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe