ବର୍ଷା ପାଣିରେ କାର୍‌ ସମେତ ଭାସି ଗଲେ ଶଳା ଓ ଭିଣୋଇ; ୧୮ଘଣ୍ଟା ପରେ ମିଳିଲା ମୃତଦେହ

Advertisment
ବର୍ଷା ପାଣିରେ କାର୍‌ ସମେତ ଭାସି ଗଲେ ଶଳା ଓ ଭିଣୋଇ; ୧୮ଘଣ୍ଟା ପରେ ମିଳିଲା ମୃତଦେହ

ଲକ୍ଷ୍ମୌ: ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ନଦୀ, ନାଳ ଓ ପୋଖରୀ ସବୁଆଡେ ବର୍ଷା ଜଳ ଭର୍ତ୍ତି ହୋଇଯାଇଛି। ପ୍ରବଳ ବର୍ଷା ହେତୁ ଅନେକ ଲୋକଙ୍କ ଜୀବନ ବିପଦରେ ପଡ଼ିଥିବା ବେଳେ ଏକ କାର୍‌ରେ ଶଳା ଓ ଭିଣୋଇ ଭାସି ଯାଇଛନ୍ତି। ପାଣିରେ ଭାସି ଯାଉଥିବା ବେଳେ ଦୁହେଁ କାରରୁ ବାହାରିବାକୁ ବହୁତ ଚେଷ୍ଟା କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ପ୍ରାୟ ୧୮ ଘଣ୍ଟା ପରେ ଘଟଣାସ୍ଥଳରୁ ଚାରି ଶହ ମିଟର ଦୂରରେ ଦୁହିଁଙ୍କ ମୃତଦେହ ମିଳିଥିଲା।

ସୂଚନାନୁସାରେ, ଗତ ଶନିବାର ଅପରାହ୍ନରେ ରିଙ୍ଗନୋଦରେ ବସବାସ କରୁଥିବା ୪୦ ବର୍ଷୀୟ ଓମପ୍ରକାଶ କୁମାୱାତ ଓ ତାଙ୍କ ଶଳା ୟାଗଶ ପଟେଲ୍‌ କାର୍‌ରେ ବସି ଲୋହରି ଗ୍ରାମକୁ ଯାଉଥିଲେ। ଏହି ସମୟରେ ବାଟରେ ଏକ ନାଳ ପଡ଼ିଥିଲା। ଏହି ନାଳ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିଲା। ଶଳା ଓ ଭିଣୋଇ କାର ନେଇ ଏହି ନାଳ ଉପରେ ଯାଉଥିବା ବେଳେ ହାଠତ କାରଟି ସେହି ସ୍ରୋତରେ ଭାସି ଯାଇଥିଲା।

ଚନ୍ଦାନା ଗାଁର ଲୋକମାନେ କାର୍‌କୁ ଭାସି ଯାଉଥିବା ଦେଖି ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସ୍ରୋତ ଅଧିକ ଥିବାରୁ କାରଟି ସେହି ନାଳରେ ଭାସି ଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏଡିଏମ୍‌ ପ୍ରକାଶ ଚୌହ୍ଵାନ, ଏସଡିଏମ ପ୍ରଦୀପ ସାଇନି, ନାଏବ ତହସିଲଦାର ପ୍ରବୀଣ ପାଟିଦାର, ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୧୮ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଶଳା ଓ ଭିଣୋଇଙ୍କୁ କାର୍‌ ଭିତରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe