ଡ୍ରାଇଭର୍‌ଙ୍କୁ ଆକ୍ରମଣ ହେବାରୁ କାର୍‌ ନିୟନ୍ତ୍ରଣରୁ ବାହାରି ଯାଇ ଲଖିମ୍‌ପୁରରେ ଲୋକଙ୍କ ଉପରେ ଚଢ଼ିଗଲା: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା

ଡ୍ରାଇଭର୍‌ଙ୍କୁ ଆକ୍ରମଣ ହେବାରୁ କାର୍‌ ନିୟନ୍ତ୍ରଣରୁ ବାହାରି ଯାଇ ଲଖିମ୍‌ପୁରରେ ଲୋକଙ୍କ ଉପରେ ଚଢ଼ିଗଲା: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା

Image Courtesy of India Today

ନୂଆଦିଲ୍ଲୀ: ଆକ୍ରମଣରେ ଡ୍ରାଇଭର୍‌ ଆହତ ହେବାରୁ କାର୍‌ ନିୟନ୍ତ୍ରଣରୁ ବାହାରିଯାଇ ଲଖିମ୍‌ପୁରର ପ୍ରତିବାଦସ୍ଥଳରେ ଉପସ୍ଥିତ ଥିବା କିଛି ଲୋକଙ୍କ ଉପରେ ଚଢ଼ିଯାଇଥିବା କଥା ଆଜି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା କହିଛନ୍ତି।
ତାଙ୍କ ପୁଅ ଆଶିଷ ସେ କାର୍‌ରେ ନ ଥିବା କଥା ପୁଣି ଥରେ କହିବା ସହ ଉକ୍ତ ଘଟଣାର ନିରପେକ୍ଷ ଦତନ୍ତ କରାଇବା ପାଇଁ ଅଜୟ ମିଶ୍ରା କହିଛନ୍ତି। ଘଟଣାରେ ସମ୍ପୃକ୍ତ ନ ଥିଲେ ବୋଲି ସ୍ୱୟଂ ଆଶିଷ ମିଶ୍ରା ମଧ୍ୟ କହିଛନ୍ତି।
ଅଜୟ ମିଶ୍ରା କହିଛନ୍ତି, ମୋ ପୁଅ କାର୍‌ରେ ନ ଥିଲା। କାର୍‌ ଉପରେ ଆକ୍ରମଣ ହେବାରୁ ଚାଳକ ଆହତ ହେଲା। ଏହାପରେ, ଗାଡ଼ି ନିୟନ୍ତ୍ରଣରୁ ହଟି ଯାଇ ସେଠାରେ ଉପସ୍ଥିତ କିଛି ଲୋକଙ୍କ ଉପରେ ଚଢ଼ିଯାଇଥିଲା। ମୃତବ୍ୟକ୍ତିଙ୍କ ପ୍ରତି ମୋର ସମବେଦନା। ଘଟଣାର ନିରପେକ୍ଷ ତଦନ୍ତ ହେବା ଉଚିତ।

publive-image Image Courtesy of India Today

ଲଖିମ୍‌ପୁର ଖେରି ଘଟଣାରେ ଉତ୍ତର ପ୍ରଦେଶ ପୁଲିସ ମଧ୍ୟ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଛି। ଏଥିରେ ଆଶିଷ ମିଶ୍ର ଏବଂ ଅନ୍ୟମାନଙ୍କୁ ଅଭିଯୁକ୍ତ ତାଲିକାଭୁକ୍ତ କରାଯାଇ ସେମାନଙ୍କ ବିରୋଧରେ ନରହତ୍ୟା, ଅପରାଧିକ ଷଡ଼ଯନ୍ତ୍ର, ବେପରୁଆ ଗାଡ଼ିଚାଳନା, ଦଙ୍ଗାକାରୀ ଆଦି ମାମଲା ରୁଜୁ କରାଯାଇଛି। କିନ୍ତୁ, ଉକ୍ତ ‘ଏଫ୍‌ଆଇଆର୍‌’ରେ ଅଜୟ ମିଶ୍ରାଙ୍କ ନାଁ ନାହିଁ।
‘ବିଜେପି’ ତାଙ୍କୁ ‘ସମନ୍‌’ କରିଛି ବୋଲି ସାମ୍ବାଦିକମାନେ ପଚାରିବାରୁ ଅଜୟ ମିଶ୍ରା କହିଲେ, ଦଳର ହାଇକମାଣ୍ଡ୍‌ ମୋତେ ଡକାଇ ନାହାନ୍ତି। ମୋର ଅନ୍ୟ କେତେଗୁଡ଼ିଏ କାମ ଥିବାରୁ ଆଜି ରାତି କିଂବା ଆଗାମୀକାଲି ମୁଁ ଦିଲ୍ଲୀ ଯିବି।
ଗତକାଲି ମଧ୍ୟ ମିଶ୍ରା କହିଥିଲେ ଯେ, ଦୁର୍ଘଟଣାସ୍ଥଳରେ ତାଙ୍କ ପୁଅ ଉପସ୍ଥିତ ଥିବାର ତିଳେମାତ୍ର ପ୍ରମାଣ ମିଳିଲେ ସେ ତାଙ୍କ ପଦବୀରୁ ଇସ୍ତଫା ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe