ଲଗାଣ ବର୍ଷାରେ ଦେଖୁଦେଖୁ ମାଟି ଭିତରେ ଲୀନ ହୋଇଗଲା କାର: ଭିଡିଓ ଭାଇରାଲ

ଲଗାଣ ବର୍ଷାରେ ଦେଖୁଦେଖୁ ମାଟି ଭିତରେ ଲୀନ ହୋଇଗଲା କାର: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମୌସୁମୀ ଛୁଇଁବା ପରେ ମୁମ୍ବାଇରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ମୁମ୍ବାଇ ଆଖପାଖ ଅଞ୍ଚଳରେ ଜୁନ ୯ ତାରିଖରୁ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ ଜୁନ୧୩ରୁ ମୁମ୍ବାଇ, ଠାଣେ ଓ ରାୟଗଡ଼ ସମେତ ଅନେକ ଅଞ୍ଚଳରେ ଆଲର୍ଟ ଜାରି କରିଛି। ବର୍ଷା ହେତୁ ଅନେକ କୋଠା ଭଷୁଡ଼ି ପଡ଼ିଛି। ଏଭଳି ସମୟରେ ଘାଟକୋପର ପାର୍କିଂରେ ଛିଡା ହୋଇଥିବା ଏକ କାର ମାଟିରେ ମିଶିଯାଉଥିବାର ଏକ ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଘାଟକୋପର ପଶ୍ଚିମରେ ଥିବା ଘରୋଇ ସୋସାଇଟି ପାଖରେ ଛିଡ଼ା ହୋଇଥିବା ଏକ କାର ଚଟାଣରେ ଦବିଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ୨୦୨୧ ଜୁନ୍ ୧୩ ତାରିଖ ସକାଳେ ଘଟିଛି।

କୁହାଯାଉଛି କି ଏହି ସୋସାଇଟି ପରିସରରେ ଏକ କୂଅ ଥିଲା। ଯାହାର ଅଧା ଅଂଶ ସିମେଣ୍ଟ ପ୍ଲାଷ୍ଟରରେ ଢ଼ାଙ୍କି ଦିଆଯାଇଥିଲା। ଏହାପରେ ସୋସାଇଟି ଲୋକମାନେ ଏହି ସ୍ଥାନରେ ଗାଡ଼ି ପାର୍କିଂ କରିବା ଆରମ୍ଭ କରି ଦେଇଥିଲେ। ତେବେ କିଛିଦିନ ହେବ ଜାରି ରହିଥିବା ଲଗାଣ ବର୍ଷା ହେତୁ ପାର୍କିଂରେ ଛିଡ଼ା ହୋଇଥିବା ଏକ କାରଟି ଧସକି ଯାଇ ମାଟିରେ ଲିନ ହୋଇଯାଇଛି। ସୌଭାଗ୍ୟବଶତଃ ଘଟଣା ଘଟିବା ସମୟରେ କାର ଭିତରେ କେହି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe