କୋଭିଡ୍‌ ପାଇଁ ଅଙ୍ଗାରକାମ୍ଳ ନିର୍ଗମନ ୭% କମିଛି

Advertisment
ଭୁବନେଶ୍ବରରେ ୭ ବର୍ଷରେ ଲାଗିଛି ୭ କୋଟି ଟଙ୍କାର ଗଛ

YourStory

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ ଯୋଗୁଁ ଜାରି ହୋଇଥିବା ଲକ୍‌ଡାଉନ୍‌ ସ୍ଥିତି ଏବଂ ତତ୍‌ସଂଲଗ୍ନ ଧିମାବସ୍ଥା ଯୋଗୁଁ ବିଶ୍ବ ସ୍ତରରେ ଚଳିତବର୍ଷ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ୪ରୁ ୭ ପ୍ରତିଶତ କମିଯାଇଛି। ବୁଧବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଜାରି କରିଥିବା ଯୁନାଇଟେଡ-ଇନ୍‌-ସାଇନ୍ସ ୨୦୨୦ ରିପୋର୍ଟରୁ ଏଭଳି ସୂଚନା ମିଳିଛି। ଏପ୍ରିଲରେ କୋଭିଡ୍‌ ସଂକ୍ରମଣ ଶୀର୍ଷରେ ଥିଲା ବେଳେ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ଗତବର୍ଷ ତୁଳନାରେ ୧୭% କମିଥିବା ଜଣାଯାଇଛି। ତେବେ ଜୁନ୍‌ ବେଳକୁ ଏହି ପରିମାଣ ଉଲ୍ଲେଖନୀୟ ଭାବେ ବଢ଼ିଥିଲେ ହେଁ ୨୦୧୯ ତୁଳନାରେ ୫ ପ୍ରତିଶତ କମ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe