ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଅନିଶ୍ଚିତତା ଲାଗି ରହିଥିଲେ ମଧ୍ୟ ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଉତ୍ସାହଜନକ ରହିବ। ୨୦୨୬-୨୭ ଆର୍ଥିକ ବର୍ଷରେ ଏହାର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭ ପ୍ରତିଶତ ରହିବ ବୋଲି କେୟାର ରେଟିଂସ୍ ଆକଳନ କରିଛି। ନିମ୍ନ ମୁଦ୍ରାସ୍ଫୀତି, ନିମ୍ନ ସୁଧ ହାର ଓ ସ୍ବଳ୍ପ ଟିକସ ବୋଝ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ସହାୟକ ହେବ ବୋଲି ଏହା କହିଛନ୍ତି।କେୟାର ରେଟିଂସ୍ ମତରେ ଶୁଳ୍କ ଅନିଶ୍ଚିତତା ଭାରତର ରପ୍ତାନିକୁ ପ୍ରଭାବିତ କରିବ। କିନ୍ତୁ ସେବା ରପ୍ତାନି ଉତ୍ସାହଜନକ ରହିବ। ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ୍ଟ ଅସ୍ଥିର ରହିଥିଲେ ମଧ୍ୟ ଘରୋଇ ମୁଳଦୁଆ ଦୃଢ଼ ଥିବାରୁ, ତାହାର ପ୍ରଭାବକୁ ଭାରତ ସହ୍ୟ କରିପାରିବ।
ଆହୁରି ପଢନ୍ତୁ- Bus Accident Jharkhand: ଝାଡ଼ଖଣ୍ଡରେ ବରଯାତ୍ରୀ ବସ୍ ଓଲଟି ୫ ମୃତ , ୨୫ ଆହତ
କେୟାରଏଜ୍ର ମୁଖ୍ୟ ରେଟିଂସ୍ ଅଧିକାରୀ ସଚିନ ଗୁପ୍ତା କହିଛନ୍ତି ଯେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ସୁଧ ହାର କମ୍ ଥିବା ବେଳେ ବ୍ୟାଙ୍କରେ ଏନ୍ପିଏ ହ୍ରାସ ପାଇଛି। ବିତ୍ତୀୟ ନିଅଣ୍ଟ ଦ୍ରୁତ ଗତିରେ ହ୍ରାସ ପାଉଛି। ସରକାରୀ ଋଣ ସ୍ଥିର ରହିବା ସହ ରାଜନୈତିକ ସ୍ଥିରତା ବଜାୟ ରହିଛି। ଢାଂଚାଗତ ସଂସ୍କାର ଉପରେ ଜୋର ଦିଆଯାଉଛି ବୋଲି ସେ କହିଛନ୍ତି। ଏତେ ସବୁ ଭଲ କଥା ଭିତରେ ଭାରତ ପାଇଁ ରହିଥିବା ଆହ୍ବାନଗୁଡ଼ିକ ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି। ଭାରତୀୟ ଟଙ୍କା କେବଳ ଆମେରିକୀୟ ଡଲାର ନୁହେଁ, ବରଂ ଅନ୍ୟ ପ୍ରମୁଖ ଦେଶଗୁଡ଼ିକର ମୁଦ୍ରା ତୁଳନାରେ ଦୁର୍ବଳ ହେଉଛି। ବ୍ରିଟେନର ପାଉଣ୍ଡ ଓ ୟୁରୋ ତୁଳନାରେ ଭାରତୀୟ ଟଙ୍କା ବର୍ଷକରେ ୧୫ ପ୍ରତିଶତ ଦୁର୍ବଳ ହୋଇଥିବା ସେ କହିଛନ୍ତି। ଦୁର୍ବଳ ପୁଞ୍ଜି ପ୍ରବାହ, ମୁଦ୍ରା ଉପରେ ଚାପ, ବଢ଼ୁଥିବା ବାଣିଜ୍ୟ କଟକଣାକୁ ଦୃଷ୍ଟିରେ ରଖି ଭାରତକୁ ଏହାର ଅର୍ଥନୈତିକ ରଣନୀତିକୁ ସେହି ଅନୁସାରେ ବଦଳାଇବାର ଆବଶ୍ୟକତା ରହିଛି।
ନିମ୍ନ ମୁଦ୍ରାସ୍ଫୀତି ଓ ଉଚ୍ଚ ଅଭିବୃଦ୍ଧି ଭଳି ଏକ ଗୋଲ୍ଡିଲକ୍ସ ସମୟରେ ଭାରତ ଏହାର ଆଗାମୀ ବଜେଟ୍କୁ ଫେବ୍ରୁଆରି ୧ରେ ଉପସ୍ଥାପନ କରିବାକୁ ଯାଉଛି। ସରକାରଙ୍କୁ ଗବେଷଣା ଓ ବିକାଶ, ନିଯୁକ୍ତି ସୃଷ୍ଟି ଓ କୃଷି କ୍ଷେତ୍ରକୁ ସହଯୋଗ କରିବା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି କେୟାରଏଜ୍ର ମୁଖ୍ୟ ଅର୍ଥନୀତିଜ୍ଞ ରାଜ ସିହ୍ନା କହିଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୧ ରବିବାର ପଡ଼ୁଥିବା ସତ୍ତ୍ବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ ଉପସ୍ଥାପନ କରିବେ। ତାହା ହେବ ତାଙ୍କର ଲଗାତାର ନବମ ବଜେଟ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/18/new-project-6-2026-01-18-20-16-39.jpg)