ତେଲ ଟ୍ୟାଙ୍କର୍‌ ସହ ମାଲବାହୀ ଜାହାଜ ଧକ୍କା: ୩୭ ଜଣ ଉଦ୍ଧାର, ଅନେକ ଫସିଥିବା ଆଶଙ୍କା

ଉତ୍ତର ସାଗରରେ ଏକ ତେଲ ଟ୍ୟାଙ୍କର୍‌ ସହିତ ଗୋଟିଏ ମାଲବାହୀ ଜାହ‌ାଜର ଧକ୍କା ହୋଇ ନିଆଁ ଲାଗିଯାଇଛି। ନିଆଁ ଓ କଳା ଧୂଆଁ ଆକାଶରେ ଏକ ବିଶାଳ ଅଞ୍ଚଳକୁ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ୩୭ ଜଣଙ୍କୁ ଉପକୂଳକୁ ଅଣାଯାଇଛି।

dsdsxccd

ଲଣ୍ଡନ: ଉତ୍ତର ସାଗରରେ ଏକ ତେଲ ଟ୍ୟାଙ୍କର୍‌ ସହିତ ଗୋଟିଏ ମାଲବାହୀ ଜାହ‌ାଜର ଧକ୍କା ହୋଇ ନିଆଁ ଲାଗିଯାଇଛି। ନିଆଁ ଓ କଳା ଧୂଆଁ ଆକାଶରେ ଏକ ବିଶାଳ ଅଞ୍ଚଳକୁ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ୩୭ ଜଣଙ୍କୁ ଉପକୂଳକୁ ଅଣାଯାଇଛି। ମୃତାହତଙ୍କ ସଂଖ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆମେରିକାମୁହାଁ ତେଲ ଟ୍ୟାଙ୍କର୍‌ ଏମ୍‌ଭି ଷ୍ଟେନା ଇମାକ୍ୟୁଲେଟ୍‌ ଲଣ୍ଡନଠାରୁ ୧୫୫ ମାଇଲ ଦୂର ହୁଲ ଉପକୂଳରେ ଲଙ୍ଗର ପକାଇଥିଲା। ଏହି ସମୟରେ ପର୍ତ୍ତୁଗାଲ୍‌ର ଏକ ମାଲବାହୀ ଜାହାଜ ‘ସୋଲୋଙ୍ଗ୍‌’ ସ୍କଟ୍‌ଲ୍ୟାଣ୍ଡର ଗ୍ରାଙ୍ଗେମାଉଥ୍‌ରୁ ନେଦରଲ୍ୟାଣ୍ଡ୍‌ର ରୋଟରଡାମ୍‌ ଯାଉଥିଲା। ସ୍ଥାନୀୟ ସମୟ ପୂର୍ବାହ୍‌ଣ ୯ଟା ୪୮ ମିନିଟ୍‌ରେ ଦୁର୍ଘଟଣା ନେଇ ‘ସତର୍କତା’ ଜାରି କରାଯାଇଥିଲା।

ଗ୍ରିମ୍‌ସବି ଇଷ୍ଟ୍‌ ବନ୍ଦରର ମୁଖ୍ୟ ନିର୍ବାହୀ ମାର୍ଟିନ୍‌ ବୋୟେର୍ସ କହିଛନ୍ତି, ୱିଣ୍ଡିକ୍ୟାଟ୍‌ ବୋଟ୍‌ ଦ୍ବାରା ୧୩ ଜଣଙ୍କୁ ଅଣାଯାଇଥିବା ବେଳେ ଅନ୍ୟ ୧୯ ଜଣଙ୍କୁ ହାର୍ବର ପାଇଲଟ୍‌ ବୋଟ୍‌ ଦ୍ବାରା ଅଣାଯାଇଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, କେତେ ଜଣ କର୍ମଚାରୀ ଓ ଯାତ୍ରୀ ତେଲ ଟ୍ୟାଙ୍କର୍‌ ଓ ଜାହାଜରେ ଥିଲେ, କେତେଜଣଙ୍କ ମୃତ୍ୟୁ ଘଟିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ବ୍ରିଟେନ୍‌ର ସାମୁଦ୍ରିକ ଓ ତଟରକ୍ଷୀ ସଂସ୍ଥା ପକ୍ଷରୁ ପ୍ରକାଶିତ ସୂଚନାନୁସା‌ରେ, ଦୁଇ ଜାହାଜରେ ନିଆଁ ଲାଗିଛି। ଉଦ୍ଧାର କାର୍ଯ୍ୟରେ ଅନେକ ଲାଇଫ୍‌ବୋଟ୍‌ ଓ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ‌ହେଲିକପ୍ଟର ନିୟୋଜିତ ହୋଇଛି। ଏହା ସହ ଏକ ତଟରକ୍ଷୀ ବାହିନୀର ବିମାନ ଓ ଅନ୍ୟ ଜଳପୋତଗୁଡ଼ିକୁ ମଧ୍ୟ ଦୁର୍ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe