ମନ୍ଦିରରେ ଏସ୍‌ସି ସଂପ୍ରଦାୟର ମହିଳାଙ୍କୁ ଅପମାନ, ୨୦ ପୂଜକଙ୍କ ବିରୋଧରେ ମାମଲା

Advertisment
ମନ୍ଦିରରେ ଏସ୍‌ସି ସଂପ୍ରଦାୟର ମହିଳାଙ୍କୁ ଅପମାନ, ୨୦ ପୂଜକଙ୍କ ବିରୋଧରେ ମାମଲା

Flickr

କୁଡଲୋର : ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିବାରଣ) ଆଇନ ଅନୁଯାୟୀ ତାମିଲନାଡ଼ୁର କୁଡଲୋର ପୁଲିସ ପ୍ରସିଦ୍ଧ ଚିଦମ୍ବରମ୍ ନଟରାଜ ମନ୍ଦିରର ୨୦ ଜଣ ପୂଜକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଲକ୍ଷ୍ମୀ (୩୬) ନାମ୍ନୀ ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ମନ୍ଦିର ଭିତରେ ପ୍ରବେଶ କରି ଦର୍ଶନ କରିବାକୁ ବାରଣ କରାଯିବା ସହ ତାଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଉକ୍ତ ମହିଳାଙ୍କ ଅଭିଯୋଗକ୍ରମେ ଏହି ମାମଲା ରୁଜୁ କରାଯାଇଛି। ସୂଚନା ଅନୁଯାୟୀ, ପୂଜକମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲେ ମଧ୍ୟ କାହାକୁ ଗିରଫ କରାଯାଇ ନାହିଁ। ଏ ବାବଦରେ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe