ମୂକ-ବଧିର ମହିଳାଙ୍କୁ ୪ ବର୍ଷ ଦୁଷ୍କର୍ମ, ୪ ଯବାନଙ୍କ ବିରୋଧରେ ମାମଲା

Advertisment
ଜୟପୁରରେ ନେପାଳୀ ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ, ଇଜ୍ଜତ ବଞ୍ଚାଇବା ପାଇଁ ଏଭଳି କାମ କରିବା ପାଇଁ ବାଧ୍ୟ ହେଲେ ଯୁବତୀ

freepressjournal.in

ପୁନେ: ପୁ‌େନରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ମୂକ-ବଧିର ମହିଳାଙ୍କୁ ୪ ଜଣ ସେନା ଯବାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁନେର ଖଡ୍‌କି ମିଲିଟାରି ହସ୍ପିଟାଲ୍‌ରେ ପୀଡ଼ିତା ଜଣଙ୍କ ୪ ବର୍ଷ ଧରି ୪ ଜଣ ଯବାନଙ୍କ ଦ୍ବାରା ହସ୍ପିଟାଲ୍‌ ପରିସର‌େର ହିଁ ଦୁଷ୍କର୍ମର ଶିକାର ହୋଇଥିଲେ । କିନ୍ତୁ ସେ ଭୟରେ କାହାକୁ କିଛି କହିନଥିଲେ। କିନ୍ତୁ ଶାରୀରିକ ନିର୍ଯାତନା ଅସହ୍ୟ ହୋଇ ପଡ଼ିବା ପରେ ଶେଷରେ ଏକ ସ୍ବେଚ୍ଛାସେବୀ ସଂସ୍ଥାର ସହଯୋଗ କ୍ରମେ ପୁଲିସରେ ଏତଲା ଦେଇଥିଲେ। ପୀଡ଼ିତାଙ୍କ ବୟାନ କ୍ରମେ ଏବେ ୪ ଜଣ ଯବାନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଉକ୍ତ ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନା ମୁଖ୍ୟଙ୍କୁ ମଧ୍ୟ ଅବଗତ କରାଯାଇଥିବା‌ ଜଣାପଡ଼ିଛି। ସୂଚନାନୁଯାୟୀ ୨୦୧୫ ଜାନୁଆରିରୁ ଜୁନ୍‌ ମଧ୍ୟରେ ଏହି ଘଟଣା ଘଟିଛି। ପୀଡ଼ିତା ଜଣଙ୍କ ଉକ୍ତ ମିଲିଟାରି ହସ୍ପିଟାଲ୍‌ରେ କାମ କରୁଥିଲେ। ହସ୍ପିଟାଲ୍‌ରେ ନିଯୁକ୍ତ ହୋଇଥିବା ଜଣେ ସେନା ଯବାନ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲେ। ପରେ ଅନ୍ୟ ତିନି ଜଣ ଯବାନ ମଧ୍ୟ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ସେମାନେ ଉକ୍ତ ଘଟଣାର ଭିଡିଓ ରେକର୍ଡିଂ କରି ପୀଡ଼ିତାଙ୍କୁ ବ୍ଲାକମେଲ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe