୭ ଆରଜେଡି ନେତାଙ୍କ ବିରୋଧରେ ମାମଲା

Advertisment

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଚାପ ପ୍ରୟୋଗ

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଚାପ ପ୍ରୟୋଗ

୭ ଆରଜେଡି ନେତାଙ୍କ ବିରୋଧରେ ମାମଲା

www.navodayatimes.in

ପାଟନା: ବିହାର ଗୟା ଗଣଦୁଷ୍କର୍ମ ପୀଡ଼ିତା(୧୫)ଙ୍କ ଉପରେ ଚାପ ପ୍ରୟୋଗ କରାଯିବା ଅଭିଯୋଗରେ ଆଜି ଗୟା ପୁଲିସ୍‌ ୭ ଜଣ ଆରଜେଡି ନେତାଙ୍କ ନାମରେ ମାମଲା ରୁଜୁ କରିଛି। ଏହି ୭ ଜଣଙ୍କ ମଧ୍ୟରେ ୨ ଜଣ ବିଧାୟକ ମଧ୍ୟ ରହିଛନ୍ତି। ଏହା ସହିତ ରାଜ୍ୟ ମହିଳା କମିସନ ମଧ୍ୟ ଏହି ଘଟଣାରେ ଆରଜେଡି ନେତାଙ୍କୁ ନୋଟିସ୍‌ ଜାରି କରିବ ବୋଲି ଜଣାପଡ଼ିଛି। ବାରମ୍ବାର ଦୁଷ୍କର୍ମ ପୀଡ଼ିତାଙ୍କୁ ଏହି ଘଟଣା ସମ୍ପର୍କରେ ବଖାଣିବାକୁ ଚାପ ପ୍ରୟୋଗ କରାଯାଉଥିଲା ଓ ତାଙ୍କୁ ବଳପୂର୍ବକ ସର୍ବସମ୍ମୁଖକୁ ଅଣାଯାଉଥିଲା ବୋଲି ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହରେ ଗୟାଠାରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ପରିସ୍ଥିତି ଅନୁଧ୍ୟାନ ପାଇଁ ଆରଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରାଯାଇଥିଲା। ତେବେ ମଗଧ ମେଡିକଲ କଲେଜ ସମ୍ମୁଖରେ ପୀଡ଼ିତାଙ୍କୁ ଭେଟିବାକୁ ଯାଇଥିବା ଆରଜେଡିର ଏହି ଟିମ୍‌ ତାଙ୍କୁ ଏହି ଘଟଣା ସମ୍ପର୍କରେ କହିବାକୁ ବାଧ୍ୟ କରିଥିଲା। ଏହି ଘଟଣାର ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲା ନଯିବା ଯାଏଁ ପୀଡ଼ିତା କାହାକୁ ମୁହଁ ଦେଖାଇବେ ନାହିଁ ବୋଲି କହୁଥିବା ସତ୍ତ୍ୱେ ଆରଜେଡି ନେତାମାନେ ତାଙ୍କୁ ଗାଡି ଭିତରୁ ବାହାରକୁ ଆସିବାକୁ ବାଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe