ପଡ଼ୋଶୀଙ୍କ ଘର ଦୁଆରେ ପରିସ୍ରା କରିବାରୁ ଏବିଭିପି ଜାତୀୟ ଅଧ୍ୟକ୍ଷଙ୍କ ନାମରେ ମାମଲା ରୁଜୁ, ଅଭିଯୋଗ ଆଣିଲେ ମହିଳା

Advertisment
ପଡ଼ୋଶୀଙ୍କ ଘର ଦୁଆରେ ପରିସ୍ରା କରିବାରୁ ଏବିଭିପି ଜାତୀୟ ଅଧ୍ୟକ୍ଷଙ୍କ ନାମରେ ମାମଲା ରୁଜୁ, ଅଭିଯୋଗ ଆଣିଲେ ମହିଳା

www.newindianexpress.com

ଚେନ୍ନାଇ: ଜଣେ ପଡ଼ିଶାଙ୍କ ଦୁଆର ମୁହଁରେ ପରିସ୍ରା କରିଥିବା କାରଣରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର (ଏବିଭିପି) ଜାତୀୟ ଅଧ୍ୟକ୍ଷ ଡାକ୍ତର ସୁବ୍ବୈୟା ଶାନମୁଗମ୍‌ଙ୍କ ବିରୋଧରେ ଶନିବାର ଦିନ ଏକ ମାମଲା ରୁଜୁ କରାଯାଇଛି।

ସବୁବେଳେ ଦୁଆର ମୁହଁରେ ପରିସ୍ରା କରିବା ଏବଂ ବ୍ୟବହୃତ ସର୍ଜିକାଲ୍ ମାସ୍କ୍‌ ଫିଙ୍ଗି ହଇରାଣ କରୁଥିବା ନେଇ ଡା.ଶାନମୁଗମଙ୍କ ବିରୋଧରେ ଜଣେ ୬୨ ବର୍ଷୀୟା ମହିଳା ଅଭିଯୋଗ କରିବାରୁ ଆଦାମ୍ବକ୍କମ୍ ପୁଲିସ ଡାକ୍ତରଙ୍କ ବିରୋଧରେ ମାମଲା ପଞ୍ଜିକରଣ କରିଛି।

ପଡ଼ିଶା ଘରର ଏହି ବରିଷ୍ଠ ମହିଳା ଦାଖଲ କରିଥିବା ସିସିଟିଭି ଫୁଟେଜ୍ ଏବଂ ଫଟୋରେ ମଧ୍ୟ ଦେଖାଯାଉଛି ଯେ, ନୀଳ ରଙ୍ଗର ଜାମା ପରିହିତ ଜଣେ ବ୍ୟକ୍ତି (ଡାକ୍ତର ସୁବ୍ବୈୟା ହୋଇଥିବେ) ତାଙ୍କ ଦୁଆର ପାହଚରେ ପରିସ୍ରା କରୁଛନ୍ତି।

publive-image Image Courtesy of Times Now News

ପୁଲିସ କହଛି ଯେ, ପଡ଼ୋଶୀ ମହିଳା ଡାକ୍ତର ସୁବ୍ବୈୟାଙ୍କୁ ୧୫୦୦ ଟଙ୍କାରେ ତାଙ୍କ ପାର୍କିଂ ଜାଗା ଭଡ଼ା ଦେବା ପରେ ଏ ସବୁ କାଣ୍ଡ ଆରମ୍ଭ ହେଲା। ଜାନୁଆରି ମାସ ଠାରୁ ଡାକ୍ତରବାବୁ ସେ ଜାଗାର ଭଡ଼ା ଦେଇ ନ ଥିବାରୁ ଦୁହିଁଙ୍କ ମଧ୍ୟରେ କଜିଆ ଆରମ୍ଭ ହୋଇଥିଲା।

ଅଭିଯୋଗରେ ପଡ଼ୋଶୀ ମହିଳା ଉଲ୍ଲେଖ କରିଛନ୍ତି ଯେ, ଡାକ୍ତର ବ୍ୟବହୃତ ସର୍ଜିକାଲ୍ ମାସ୍କ୍‌, ଆବର୍ଜନା, ଅଳିଆ ପକାଇବାରୁ ସେ ଜୁଲାଇ ୫ ତାରିଖରେ ଦୁଆର ମୁହଁରେ ସିସିଟିଭି କ୍ୟାମେରା ଲଗାଇଥିଲେ। ଜୁଲାଇ ୧୦ ତାରିଖ ରାତି ୯: ୧୧ରେ ‌ଡାକ୍ତର ତାଙ୍କ ଘର ଆଗରେ ପରିସ୍ରା କରୁଥିବା କ୍ୟାମେରାରେ ରେକର୍ଡ ହୋଇଛି।

ସମ୍ପ୍ରତି ଡାକ୍ତର ସୁବ୍ବୈୟା ଶାନମୁଗମ୍ କିଲପୌକ୍ ମେଡିକାଲ୍ କଲେଜ୍ ଆଣ୍ଡ୍ ଗଭର୍ଣ୍ଣମେଣ୍ଟ୍‌ ରୟାପେତ୍ତାହ୍‌ ହସ୍‌ପିଟାଲ୍‌ର ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଏବଂ ପ୍ରଫେସର ଭାବେ ଅବସ୍ଥାପିତ। ଏହାଛଡ଼ା ସେ ଏବିଭିପିର ଜାତୀୟ ଅଧ୍ୟକ୍ଷ ମଧ୍ୟ।

ଘଟଣାଟି ଶନିବାର ଦିନ ସାମାଜିକ ଗଣମାଧ୍ୟମଗୁଡ଼ିକରେ ମଧ୍ୟ ଭାଇରାଲ୍ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe