ଆକବର ମାନହାନି ମାମଲା: ରମାନିଙ୍କୁ ସମନ୍‌ କଲେ ଦିଲ୍ଲୀ କୋର୍ଟ

ଆକବର ମାନହାନି ମାମଲା: ରମାନିଙ୍କୁ ସମନ୍‌ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଆକବରଙ୍କ ଦ୍ବାରା ହୋଇଥିବା ମାନହାନି ମାମଲାରେ ଆଜି ସାମ୍ବାଦିକା ପ୍ରିୟା ରମାନିଙ୍କୁ ଜଣେ ଅଭିଯୁକ୍ତ ଭାବେ ସମନ୍‌ କରିଛନ୍ତି ଦିଲ୍ଲୀ କୋର୍ଟ। ‘ମିଠୁ’ ଅଭିଯାନ ଜୋରଦାର ହେବା ସମୟରେ ରମାନି ଏମ୍‌ ଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତେବେ ଆକବର ତାଙ୍କ ବିରୋଧରେ ଆସିଥିବା ଏହି ମାମଲାକୁ ମିଥ୍ୟା, ଅପମାନଜନକ ଏବଂ ନିନ୍ଦନୀୟ କହି ରମାନିଙ୍କ ବିରୋଧରେ ମାନହାନି ମାମଲା କରିଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ରମାନିଙ୍କୁ ଆସନ୍ତା ଫେବ୍ରୁଆରି ୨୫ ତାରିଖରେ ହାଜର ହେବାକୁ କହିଛନ୍ତି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜି‌ଷ୍ଟ୍ରେଟ୍‌ ସମର ବିଶାଲ ଆଜି ଆକବରଙ୍କ ଆବେଦନ ଉପରେ ରମାନିଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ରମାନି ଆଜି ଟ୍ବିଟ୍‌ ମାଧ୍ୟମରେ କହିଛନ୍ତି ଯେ ଏବେ ଆମକଥା କହିବାର ସମୟ ଆସିଯାଇଛି। ଉ‌‌ଲ୍ଲେଖଯୋଗ୍ୟ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବାପରେ ‌ସେ ଗତବର୍ଷ ଅକ୍ଟୋବର ମାସରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe