ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ନେତା ଅସଉଦ୍ଦିନ୍ ଅୱେସି ଅଯୋଧ୍ୟା ରାୟ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଜାହାଙ୍ଗିରବାଦ୍ ଥାନାରେ ମାମଲା ରୁଜୁ ହୋଇଛି। ଆଇନଜୀବୀ ପୱନ କୁମାର ଯାଦବଙ୍କ ଦ୍ବାରା ଏନେଇ ମାମଲା ରୁଜୁ ହୋଇଛି। ଐତିହାସିକ ଅଯୋଧ୍ୟା ରାୟ ସଂକ୍ରାନ୍ତରେ ଅୱେସି ଅପମାନଜନକ ଟିପ୍ପଣୀ ରଖି କହିଥିଲେ ଅଯୋଧ୍ୟା ରାୟରେ ତଥ୍ୟ ଅପେକ୍ଷା ବିଶ୍ବାସକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତୋଷ ପ୍ରକାଶ କରି ଅୱେସି କହିଥିଲେ ସୁପ୍ରିମକୋର୍ଟ ସୁପ୍ରିମ୍ କିନ୍ତୁ ଏହା ଯେ ତ୍ରୁଟିରୁ ଊର୍ଦ୍ଧ୍ବରେ ତାହା କହିହେବନି। ଉଲ୍ଲେଖଯୋଗ୍ୟ ବିଜେପି ବିଧାୟକ ରାଜା ସିଂହ ଅୱେସିଙ୍କ ଏଭଳି ଟିପ୍ପଣୀ ପାଇଁ ତାଙ୍କ ଗିରଫ ଦାବି କରିଥିବାବେଳେ ଏହି ସମୟରେ ଆଇନଜୀବୀ ଅୱେସିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us