‘ଭୋଟ ଦିଅ, ପାଣି ନିଅ’ : ଡିକେ ଶିବକୁମାରଙ୍କ ବିରୋଧରେ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ

‘ଭୋଟ ଦିଅ, ପାଣି ନିଅ’ : ଡିକେ ଶିବକୁମାରଙ୍କ ବିରୋଧରେ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। କର୍ଣ୍ଣାଟକର ବେଙ୍ଗାଲୁରୁରେ ଏବେ ଲୋକମାନେ ପାଣି ଅଭାବଜନିତ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଶିବକୁମାରଙ୍କ ଏହି ବୟାନ ବେଶ ବିବାଦ ସୃଷ୍ଟି କରିଛି ।

ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ସାମ୍ନାକୁ ଆସିଛି ଯେଉଁଥିରେ ଡିକେ ଶିବକୁମାର ତାଙ୍କ ଭାଇ ଡିକେ ସୁରେଶଙ୍କ ନିର୍ବାଚନ ମଣ୍ଡଳୀର ଏକ ହାଉସିଂ ସୋସାଇଟିର ବାସିନ୍ଦାଙ୍କୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି। । ଭିଡିଓରେ ସେ ବେଙ୍ଗାଲୁରୁର ଭୋଟରମାନଙ୍କୁ କହୁଥିବାର ଦେଖିବାକୁ ମିଳୁଛି ଯେ ସେ ଲୋକମାନଙ୍କ ସହ ଏକ ବ୍ୟବସାୟିକ ଚୁକ୍ତି ପାଇଁ ଆସିଛନ୍ତି ।  ଯଦି ଲୋକେ ତାଙ୍କ ଭାଇ ଡିକେ ସୁରେଶଙ୍କୁ ଭୋଟ୍ ଦିଅନ୍ତି, ତେବେ ସେମାନଙ୍କୁ କାବେରୀ ନଦୀରୁ ଜଳ ଯୋଗାଣ କରାଯିବ। ଡିକେ ସୁରେଶ ବେଙ୍ଗାଲୁରୁ ଗ୍ରାମୀଣ ଆସନରୁ ନିର୍ବାଚନ ଲଢୁଛନ୍ତି।

ତାଙ୍କ ଭାଷଣ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛି ଏବଂ ନିର୍ବାଚନରେ ଲାଞ୍ଚ ଓ ଅଯଥା ପ୍ରଭାବ ପାଇଁ ପୁଲିସ ମାମଲା ରୁଜୁ କରାଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe