ଶରଦ ପାୱାରଙ୍କ ବିରୋଧରେ ଫେସବୁକରେ ଅପମାନଜନକ ପୋଷ୍ଟିଂ ମହଙ୍ଗା ପଡ଼ିଲା; ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ

Advertisment
ଶରଦ ପାୱାରଙ୍କ ବିରୋଧରେ ଫେସବୁକରେ ଅପମାନଜନକ ପୋଷ୍ଟିଂ ମହଙ୍ଗା ପଡ଼ିଲା; ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ

Image Courtesy: News Nation

ମୁମ୍ବାଇ: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଫେସବୁକରେ ଏକ ଅପମାନଜନକ ପୋଷ୍ଟିଂ ମରାଠୀ ଅଭିନେତ୍ରୀ କେତକୀ ଚିଟାଲେଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କର ଏହି କାର୍ଯ୍ୟ ବିରୋଧରେ ମହାରାଷ୍ଟ୍ରର ଥାନେରେ ଏକ ଏଫଆଇଆର ପଞ୍ଜୀକୃତ ହେବା ସହ ଦଳର ନେତାମାନେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଶୁକ୍ରବାର ଦିନ ଏହି ମରାଠି ଟିଭି ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ କେତକୀ ପାୱାରଙ୍କୁ ଟାର୍ଗେଟ କରି ଫେସବୁକ୍‌ରେ ଏକ ପୋଷ୍ଟିଂ କରିଥିଲେ। ଯେଉଁଥିରେ ସେ ମହାରାଷ୍ଟ୍ରର ଭେଟେରାନ ନେତା ଶରଦ ପାଓ୍ଵାରଙ୍କୁ ସମାଲୋଚନା କରିଥିବା ଅଭିଯୋଗ ହୋଇଛି।

publive-image Image Courtesy: News Nation

ଏନ୍‌ସିପି ନେତା ସ୍ୱପ୍ନିଲ ନେଟକେଙ୍କ ଅଭିଯୋଗ ଆଧାରରେ ଶନିବାର ଦିନ ଥାନେର କାଲୱା ପୁଲିସ ଷ୍ଟେସନରେ ଚିଟାଲେଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକୃତ ହୋଇଥିଲା, ଯିଏ ଅଭିଯୋଗ କରିଥିଲେ ଯେ ଅଭିନେତ୍ରୀଙ୍କ ଦ୍ୱାରା ପାଓ୍ଵାରଙ୍କ ବିରୋଧରେ ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କରାଯାଇଛି। ଚିଟାଲେଙ୍କ ସୋସିଆଲ ମିଡିଆ ପୋଷ୍ଟିଂ ଅପମାନଜନକ। ଏଥିରେ ସେ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ବଦନାମ କରିଛନ୍ତି। ଏହି ପୋଷ୍ଟ ଅଶାନ୍ତି ସୃଷ୍ଟି କରିପାରେ, ଯେଉଁଥିପାଇଁ ଆମେ ସାଇବର ପୁଲିସକୁ ଏକ ଚିଠି ଦେଇଛୁ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛୁ ବୋଲି ଏନସିପି ନେତା ସ୍ୱପ୍ନିଲ କହିଛନ୍ତି। ଏଥିସହ ଏହି ମାମଲାରେ ଅଭିନେତ୍ରୀଙ୍କୁ ଗିରଫ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe