ନିର୍ବାଚନର ଦିନକ ପୂର୍ବରୁ ଆତିଶୀଙ୍କ ବିରୋଧରେ ମାମଲା: ପରସ୍ପରକୁ ଦୋଷଦେଲେ ଆପ୍ ଓ ନିର୍ବାଚନ କମିସନ

Advertisment

ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିର୍ବାଚନ କମିସନଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିବା ପରେ ଏହାର ଜବାବ ଦେଇଛନ୍ତି କମିସନ।

ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିର୍ବାଚନ କମିସନଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିବା ପରେ ଏହାର ଜବାବ ଦେଇଛନ୍ତି କମିସନ।

atishi

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିର୍ବାଚନ କମିସନଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିବା ପରେ ଏହାର ଜବାବ ଦେଇଛନ୍ତି କମିସନ। ବିଜେପି ନିର୍ବାଚନୀ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କଲେ ନିର୍ବାଚନ କମିସନ ଚୁପ୍ ରହୁଥିବା ବେଳେ ଅନ୍ୟ ଦଳ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଉଭୟ ଆପ୍ ନେତା ଦାବି କରିଛନ୍ତି। ଆପ୍ ନେତାଙ୍କ ଦାବିକୁ ଖଣ୍ଡନ କରି ନିର୍ବାଚନ କମିସନ କହିଛନ୍ତି ଯେ  ଦିଲ୍ଲୀ ନିର୍ବାଚନରେ ନିର୍ବାଚନ କମିସନଙ୍କୁ ବଦନାମ କରିବା ପାଇଁ ଦୁଇ ନେତା ବାରମ୍ବାର ଉଦ୍ଦେଶ୍ୟମୂଳକ ‘ଚାପ କୌଶଳ’ ଅବଲମ୍ବନ କରିଛନ୍ତି। ଏହା ଏକ ଜଣିକିଆ କମିସନ ନୁହେଁ, ତିନିଜଣିଆ କମିସନ ଏବଂ ନିର୍ବାଚନ କମିସନ ଏ ପ୍ରକାର ଚାପ କୌଶଳ ଆଗରେ ମୁଣ୍ଡ ନ ନୁଆଇଁ ସାମ୍ବିଧାନିକ କର୍ତ୍ତବ୍ୟ ନିର୍ବାହ କରିବେ।

ଆଜି କାଲକାଜିରୁ ଆପ୍ ପ୍ରାର୍ଥୀ (ଆତିଶୀ) ଦିଲ୍ଲୀ ପୁଲିସ ଓ କେନ୍ଦ୍ରୀୟ ନିର୍ବାଚନ ଆୟୋଗକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଖୋଲାଖୋଲି ଆଚରଣ ବିଧି ଉଲ୍ଲଂଘନ କରିଥିବା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରମେଶ ବିଧୁଡ଼ିଙ୍କ ବିରୋଧରେ କହିବାରୁ ତାଙ୍କୁ ଦଣ୍ଡ ଦିଆଯାଉଛି। ଉଭୟ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଓ ଦିଲ୍ଲୀ ପୁଲିସ ବିଧୁଡ଼ିଙ୍କ ପ୍ରତି ଆଖି ବୁଜିଦେଇଛନ୍ତି। ବିଧୁଡ଼ିଙ୍କ ପରିବାର ଲୋକେ ଖୋଲାଖୋଲି ଆଚରଣ ବିଧି ଉଲ୍ଲଂଘନ କରୁଥିବା ବେଳେ ତାହା କାହାକୁ ଦେଖାଯାଉ ନାହିଁ। ମୁଁ ଅଭିଯୋଗ କରି ପୁଲିସକୁ ଫୋନ୍ କରିବାରୁ ସେମାନେ ମୋ ବିରୋଧରେ ମାମଲା ରୁଜୁ କଲେ। କେଜ୍ରିୱାଲ କହିଛନ୍ତି ଯେ ବିଜେପିର ଗୁଣ୍ଡାଗିରି ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରିବ ତାଙ୍କୁ ଦିଲ୍ଲୀ ପୁଲିସ ଓ ନିର୍ବାଚନ ଆୟୋଗ ଟାର୍ଗେଟ କରିବେ। ଏବେ ଦିଲ୍ଲୀ ପୁଲିସ ଓ ନିର୍ବାଚନ କମିସନଙ୍କ କାମ ହେଉଛି ଆମ୍ ଆଦମୀ ପାର୍ଟି ବିରୋଧରେ ଦାଦାଗିରି କରିବା, ବିଜେପିର ଗୁଣ୍ଡାଗିରିକୁ ସୁରକ୍ଷା ଦେବା ଏବଂ ମଦ, ଟଙ୍କା ଓ ସାମଗ୍ରୀ ବଣ୍ଟନ କରି ଦିଲ୍ଲୀ  ନିର୍ବାଚନକୁ ପ୍ରଭାବିତ କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe