‘କେଜିଏଫ୍‌-୨’ ଗୀତ ବ୍ୟବହାର ପାଇଁ ରାହୁଲଙ୍କ ନାମରେ ଏତଲା

Advertisment
ରାହୁଲଙ୍କୁ ହତ୍ୟା ଧମକ

Image Courtesy of India Today

ନୂଆଦିଲ୍ଲୀ : ବିନା ଅନୁମତିରେ ଭାରତ ଯୋଡ଼ୋ ଯାତ୍ରାରେ କେଜିଏଫ୍‌-୨ର ଗୀତକୁ ବ୍ୟବହାର କରାଯାଇଥିବାରୁ ଏହି ଗୀତର କପିରାଇଟ୍ ରଖିଥିବା କମ୍ପାନି କଂଗ୍ରେସ ଦଳ ସମେତ ରାହୁଲ ଗାନ୍ଧି, ସୁପ୍ରିୟା ଶ୍ରୀନେତ ଏବଂ ଜୟରାମ ରମେଶଙ୍କ ନାମରେ ଏଫଆଇଆର ରୁଜୁ କରିଛି।

ଅଭିଯୋଗରେ ବେଙ୍ଗାଲୁରୁର ଏମ୍‌ଆର୍‌ଟି ମ୍ୟୁଜିକ୍‌ କମ୍ପାନି ଦର୍ଶାଇଛି ସିନେମା କେଜିଏଫ-୨ର ଉକ୍ତ ଗୀତର ହିନ୍ଦୀ କପିରାଇଟ୍ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି। ତେବେ ବିନା ଅନୁମତିରେ ଉକ୍ତ ଗୀତକୁ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରାରେ ବ୍ୟବହାର କରିଛି। ରାହୁଲ ଗାନ୍ଧିଙ୍କୁ ଏହି ଗୀତର ଭିଡିଓରେ ଦେଖାଇ ଭାରତ ଯୋଡ଼ୋ ଯାତ୍ରାର ପ୍ରଚାର କରାଯାଇଛି। କପିରାଇଟ ଆଇନ ୧୯୫୭ ଏବଂ ଆଇପିସିର ବିଭିନ୍ନ ଧାରା ଏଥିରେ ଲଗାଯାଇଛି। କମ୍ପାନି ଓକିଲ ନରସିଂହ ସମ୍ପଥ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe