ଓଡିଆ ମହିଳାଙ୍କ ଶବକୁ ଆବର୍ଜନା ଗାଡ଼ିରେ ବୋହିବା ମାମଲା : ତାମିଲନାଡୁ ମୁଖ୍ୟସଚିବ, ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

Advertisment
ଶିଶୁ ଯୌନ ଶୋଷଣକୁ ନେଇ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ପୁଣି ଚିଠି ଲେଖିଲେ ଏନ୍‌ଏଚ୍‌ଆରସି

image source-ipleaders blog

ନୂଆଦିଲ୍ଲୀ : ତାମିଲନାଡ଼ୁରେ ଜଣେ ଓଡ଼ିଆ ମହିଳାଙ୍କ ଶବକୁ ଆବର୍ଜନା ଉଠାଉଥିବା ଗାଡ଼ିରେ ବୋହିବା ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ତାମିଲନାଡୁର ମୁଖ୍ୟ ଶାସନ ସଚିବ , ରାମନାଥପୁରମ୍ର ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ବାବଦରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସମ୍ପର୍କୀୟ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଛଅ ସପ୍ତାହ ଭିତରେ ଅନୁପଳନ ରିପୋର୍ଟ ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ମୃତ ମହିଳା ହେଲେ, ରମାମଣି ସ୍ବାଇଁ। ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ରମାମଣିଙ୍କ ଶବକୁ ଆବର୍ଜନା ଉଠାଉଥିବା ଗାଡ଼ିରେ ବୋହିବା ମାମଲା ତଥା ଶବ ପ୍ରତି ଅସମ୍ମାନ ପ୍ରସଙ୍ଗରେ ପିଟିସନ ଦାଖଲ କରାଯାଇ ଏନଏଚଆରସିର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ମାମଲାରେ ଏନଏଚଆରସି ରାମନାଥପୁରମ୍ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ। ରିପୋର୍ଟରେ ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗକୁ ଜିଲ୍ଲାପାଳ ସ୍ବୀକାର କରିବା ପରେ ଏନଏଚଆରସି ମୃତକଙ୍କ ପରିବାର ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ତାମିଲନାଡୁ ସରକାରଙ୍କୁ ସୁପାରିଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe