ଗର୍ଭବତୀ ନାବାଳିକାଙ୍କ ମୃତ୍ୟୁ ମାମଲା: ଗଜପତି ଜିଲ୍ଲାପାଳ, ଏସ୍‌ପିଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ

Advertisment
୨ ରୁଷିଆ ନାଗରିକଙ୍କ ମୃତ୍ୟୁ ମାମଲା: ତଦନ୍ତରେ ପୂର୍ଣ୍ଣଚ୍ଛେଦ

Image Courtesy of iPleaders Blog

ନୂଆଦିଲ୍ଲୀ : ଗଜପତି ଜିଲ୍ଲା ଝିରଝିରା ଆଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀ ନାବାଳିକା ଗର୍ଭବତୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଗଜପତି ଜିଲ୍ଲାପାଳ ଓ ଏସ୍‌ପିଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍‌) ତଲବ କରିଛନ୍ତି। ଏହି ଦଳିତ ନାବାଳିକାଙ୍କ ଚଳିତ ମାସ ୬ରେ ଚିକିତ୍ସା ଅବହେଳାରୁ ଜିଲ୍ଲା ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ସମୟରେ ସେ ଚାରି ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା ବୋଲି ଅଭିଯୋଗ କରି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଆବେଦନ ଦାଖଲ କରିଥିଲେ।

ଆବେଦନରେ ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ ଆଶ୍ରମ ସ୍କୁଲ କର୍ତ୍ତୃପକ୍ଷ ନାବାଳିକା ଗର୍ଭବତୀ ହୋଇଥିବା ସଂପର୍କରେ ତାଙ୍କ ପରିବାରକୁ ସୂଚନା ମଧ୍ୟ ଦେଇନଥିଲେ। ଏହି ମୃତ୍ୟୁ ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଆବେଦନରେ ଆଡଭୋକେଟ୍‌ ତ୍ରିପାଠୀ ପ୍ରାର୍ଥନା କରିଥିଲେ। ଆବେଦନକୁ ଏନ୍‌ଏଚ୍‌ଆର୍‌ସି ପିଟିସନକୁ ଗ୍ରହଣ କରି ଗଜପତି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଏନ୍‌ଏଚ୍‌ଆର୍‌ସି ସମୟସୀମା ଧାର୍ଯ୍ୟ କରିଛନ୍ତି। ଆୟୋଗ ମଧ୍ୟ ଏହି ନୋଟିସର ନକଲ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe