ଅଟକ ନୁହେଁ, ଗିରଫ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ; ସୀତାପୁର ଗେଷ୍ଟ ହାଉସକୁ କରାଯାଇଛି ଅସ୍ଥାୟୀ ଜେଲ

ଅଟକ ନୁହେଁ, ଗିରଫ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ; ସୀତାପୁର ଗେଷ୍ଟ ହାଉସକୁ କରାଯାଇଛି ଅସ୍ଥାୟୀ ଜେଲ

www.indiatoday.in

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ମୃତ୍ୟୁବରଣ କରିଥିବା ପୀଡିତଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି। ପୂର୍ବରୁ ତାଙ୍କୁ ପୁଲିସ ହେପାଜତରେ ରଖିଥିବା କଥା ସାମ୍ନାକୁ ଆସିଥିବା ବେଳେ ଏବେ ତାଙ୍କୁ ସୀତାପୁର ଗେଷ୍ଟ ହାଉସକୁ ଅସ୍ଥାୟୀ ଜେଲ କରାଯାଇ ରଖାଯାଇଥିବା ଜଣାପଡ଼ିଛି। ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରାଯାଇଛି। ଏନେଇ ହରଗାଓଁର ଷ୍ଟେସନ ହାଉସ ଅଫିସର ସୂଚନା ଦେଇଛନ୍ତି।

ରବିବାର ଦିନ ଲଖିମପୁର ଖେରିରେ ହିଂସା ହେବା ପରେ ପ୍ରିୟଙ୍କା ଗାନ୍ଧୀ ସେହିଦିନ ରାତିରେ ଲକ୍ଷ୍ନୌରେ ପହଞ୍ଚିଥିଲେ। ହେଲେ ସୋମବାର ସକାଳେ ବାଟରେ ତାଙ୍କୁ ହରଗାଓଁ ପୁଲିସ ଅଟକାଇଥିଲା। ପ୍ରଥମେ ପ୍ରିୟଙ୍କାଙ୍କୁ ଅଟକ ରଖାଯାଇଥିବା କଥା ସାମ୍ନାକୁ ଆସିଥିବା ବେଳେ ଏବେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଧାରା ୧୫୧, ୧୦୭ ଏବଂ ୧୧୬ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଏହି ଧାରା ଅନୁଯାୟୀ ଗିରଫ କରାଯାଇଛି। ସୋମବାର ସକାଳଠାରୁ ପ୍ରିୟଙ୍କା ସୀତାପୁର ଗେଷ୍ଟ ହାଉସରେ ଅଛନ୍ତି। ଏହି ଗେଷ୍ଟ ହାଉସକୁ ଏକ ଅସ୍ଥାୟୀ ଜେଲ କରାଯାଇଛି ଏବଂ ପ୍ରିୟଙ୍କାଙ୍କୁ ଗିରଫ କରାଯାଇ ଏଠାରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe