ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ, ସିନେ-ନିର୍ଦ୍ଦେଶକ ଫରହା ଖାଁ ଓ ହାସ୍ୟାଭିନେତ୍ରୀ ଭାରତୀ ସିଂଙ୍କ ନାମରେ ପଞ୍ଜାବର ଅଜନାଲା(ଅମୃତସର)ରେ ଏକ ମାମଲା ରୁଜୁ ହୋଇଛି। ଏହି ତିନିଜଣଙ୍କ ବିରୋଧରେ ଏକ ସୋ’ ଚାଲିଥିବା ସମୟରେ ଲୋକମାନଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇ ଥିବା ନେଇ ଅଭିଯୋଗ ହୋଇଛି।
ଖ୍ରୀଷ୍ଟମାସରେ ପ୍ରସାରିତ ଏକ କମେଡି କାର୍ଯ୍ୟକ୍ରମରେ ଅଭିନେତ୍ରୀ ରବିନା ଟଣ୍ଡନ, ସିନେ-ନିର୍ଦ୍ଦେଶକ ଫରହା ଖାଁ ଓ ହାସ୍ୟାଭିନେତ୍ରୀ ଭାରତୀ ସିଂ ଖ୍ରୀଷ୍ଟ ଧର୍ମ ସଂପର୍କରେ ଯେଉଁଭଳି ଶବ୍ଦ ବ୍ୟବହାର କରିଥିଲେ, ତାହାକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଭିଯୋଗକାରୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି କି, ଏହି ତିନିଜଣ ତାରକା ଖ୍ରୀଷ୍ଟ ଧର୍ମର ଅପମାନ କରିଛନ୍ତି।
The Hush Postଅଜନାଲା(ଅମୃତସର) ଡିଏସ୍ପି ସୋହନ ସିଂଙ୍କ ପକ୍ଷରୁ ପ୍ରକାଶ ଯେ, ପୁଲିସ ଏହି କମେଡି କାର୍ଯ୍ୟକ୍ରମର ଭିଡିଓ ଯାଞ୍ଚ କରିବା ପରେ ମାମଲା ରୁଜୁ କରିଛି । ତିନିଜଣଙ୍କ ନାମରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୨୯୫-ଏରେ ମାମଲା ରୁଜୁ କରାଯାଇଛି। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଂ କହିଛନ୍ତି।
ନିକଟରେ ରବିନା ଟଣ୍ଡନ ଏକ ଟୁଇଟ ପାଇଁ ଟ୍ରୋଲ ହୋଇଥିଲେ। ସେ ନିଜ ଟୁଇଟର ହ୍ୟାଣ୍ଡେଲ୍ରେ ଏକ କାର୍ଟୁନ୍ ଫଟୋ ସେୟାର କରିଥିଲେ। ଏହି ଟୁଇଟ ସିଏଏ (ନାଗରିକତା ସଂଶୋଧନ ଆଇନ) ସହିତ ଜଡ଼ିତ ଥିଲା। କିନ୍ତୁ ଏହି ଫଟୋରେ ଇଂରାଜୀରେ ଲେଖା ଥିବା ବାର୍ତ୍ତାରେ ଇଂରାଜୀ ଶବ୍ଦ ‘protest’ ଓ ‘vandalize’ର ବନାନ ଭୁଲ ଥିଲା, ଯାହାକୁ ନେଇ ଲୋକମାନେ ତାଙ୍କର ମଜା ଉଡ଼ାଇଥିଲେ।
Follow Us