କଫ୍ ସିରପ୍‌ଜନିତ ମୃତ୍ୟୁ ମାମଲା: ଉଜ୍‌ବେକିସ୍ତାନକୁ ତଥ୍ୟ ମାଗିଲା ଭାରତ

Advertisment
କଫ୍ ସିରପ୍‌ଜନିତ ମୃତ୍ୟୁ ମାମଲା: ଉଜ୍‌ବେକିସ୍ତାନକୁ ତଥ୍ୟ ମାଗିଲା ଭାରତ

ନୂଆଦିଲ୍ଲୀ : ଭାରତ-ନିର୍ମିତ କଫ୍‌ ସିରପ୍ ସେବନ କରି ଉଜ୍‌ବେକିସ୍ତାନରେ ୧୮ ଜଣ ଶିଶୁଙ୍କର ମୃତ୍ୟୁ ଅଭିଯୋଗ ଉପରେ ଭାରତ ଦୁଃଖପ୍ରକାଶ କରିବା ସହ ଏ ସମ୍ପର୍କରେ ଉଜ୍‌ବେକିସ୍ତାନକୁ ସମ୍ପୂର୍ଣ୍ଣ ତଥ୍ୟ ମାଗିଛି। ଗୁରୁବାର ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଡକ୍-୧ ମାକ୍ସ କଫ୍ ସିରଫ୍ ସେବନ କରି ଶିଶୁମାନଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି, ସେହି ସିରପ୍‌ର ନିର୍ମାତା ଭାରତୀୟ ଔଷଧ କମ୍ପାନି ନଏଡ଼ାର ମାରିଅନ ବାୟୋଟେକ୍ ଏକ ନିର୍ଭରଯୋଗ୍ୟ ସଂସ୍ଥା। ସାରା ବିଶ୍ବର ବିଭିନ୍ନ ଦେଶକୁ ଏହା ଔଷଧ ରପ୍ତାନି କରିଥାଏ।

ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି ଯେ, ଉଜ୍‌ବେକିସ୍ତାନ ସରକାର ଆନୁଷ୍ଠାନିକଭାବେ ଏ ସମ୍ପର୍କରେ ଭାରତକୁ ଜଣାଇ ନାହାନ୍ତି। କେବଳ ଗଣମାଧ୍ୟମ ସୂତ୍ରରୁ ଆମେ ଖବର ଶୁଣୁଛୁ। ତେବେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ତେଣୁ ଶିଶୁ ମୃତ୍ୟୁ ସମ୍ପର୍କରେ ଉଜ୍‌ବେକିସ୍ତାନ ସରକାର କ’ଣ ତଦନ୍ତ କରିଛନ୍ତି, ସେ ବିଷୟରେ ଭାରତକୁ ସମ୍ପୂର୍ଣ୍ଣ ତଥ୍ୟ ଜଣାଇବାକୁ ସେ ଦେଶର ସରକାରଙ୍କୁ ତାଙ୍କ ଦୂତାବାସ ମାଧ୍ୟମରେ ଅନୁରୋଧ କରାଯାଇଛି। ସେ କହିଛନ୍ତି, ଏହା ଗାମ୍ବିଆ ପରି ଏକ ଘଟଣା, ଯେଉଁଠାରେ ଅନ୍ୟ ଏକ ଭାରତୀୟ କମ୍ପାନିର ଔଷଧ ସେବନ କରି ୬୩ ଜଣ ଶିଶୁ ମୃତ୍ୟୁର ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe