new indian express
ହାଇଦ୍ରାବାଦ: ହାଇଦ୍ରାବାଦ ବିମାନବନ୍ଦରରେ ରାଜସ୍ବ ଗୁଇନ୍ଦା ବିଭାଗ (ଡିଆର୍ଆଇ) ଚଢ଼ଉ କରି ଜଣେ ତାଞ୍ଜାନିଆ ନାଗରିକଙ୍କ ନିକଟରୁ ପ୍ରାୟ ୩ କିଲୋଗ୍ରାମ ବ୍ରାଉନ୍ସୁଗାର ଜବତ କରିଥିଲା। ଏହି ମାମଲାରେ ମେଟ୍ରୋପଲିଟାନ୍ ସ୍ବତନ୍ତ୍ର ଜଜ୍ ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନାନୁସାରେ, ୨୧ ଜୁନ୍ ୨୦୨୧ରେ ରାଜସ୍ବ ଗୁଇନ୍ଦା ବିଭାଗ ଉକ୍ତ ତାଞ୍ଜାନିଆ ନାଗରିକଙ୍କ ନିକଟରୁ ୨୯୮୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରିଥିଲେ। ଏହାର ଆନୁମାନିକ ମୂଲ୍ୟ ୧୯.୩୭ଲକ୍ଷ ଟଙ୍କା। ଏନେଇ ହାଇଦ୍ରାବାଦ ରାଙ୍ଗାରେଡ୍ଡି ଜିଲ୍ଲାର ଏଲ୍ବି ନଗର ସ୍ବତନ୍ତ୍ର ଜଜ୍ କୋର୍ଟରେ ଅଭିଯୋଗ ଦାଖଲ କରିଥିଲା। ମାମଲାର ଶୁଣାଣି କରି ଏନ୍ଡିପିଏସ୍ ଆଇନର ଧାରା ୨୩(ସି), ସିଆର୍ପିସି ୧୯୭୩ର ଧାରା ୨୩୫ (୨) ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଦଣ୍ଡ ପ୍ରକାଶ କରି କୋର୍ଟ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅର୍ଥ ଅନାଦେୟ କ୍ଷେତ୍ରରେ ୬ ମାସ ଅଧିକ ଜେଲ୍ଦଣ୍ଡ ଭୋଗିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
Follow Us