Cases of implicating in-laws in dowry-harassment cases without evidence are on the rise: High Court Photograph: (Sambad.in)
ନୂଆଦିଲ୍ଲୀ: କୌଣସି ପ୍ରମାଣ ନଥିବା ଯୌତୁକ ନିର୍ଯାତନା ମାମଲାରେ ମହିଳାମାନେ ଶାଶୁଘର ଲୋକଙ୍କୁ ଫସାଇ ଦେବାର ପ୍ରବୃତ୍ତି ଉପରେ ଦିଲ୍ଲୀ ହାଇକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏହା ପ୍ରାୟତଃ ଅଧିକ ଲାଭ ପାଇବା ପାଇଁ କରାଯାଉଛି। ସମ୍ପ୍ରତି, ଦୁଇଟି ପୃଥକ ମାମଲାରେ, କୋର୍ଟ ଏହି ପ୍ରସଙ୍ଗକୁ ବିଚାର କରିଛନ୍ତି ଏବଂ ବିଭିନ୍ନ ସ୍ତରରେ ସହାୟତା ପ୍ରଦାନ କରିଛନ୍ତି।
ଜଷ୍ଟିସ୍ ଅମିତ ମହାଜନ ଏକ ମାମଲାରେ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟକୁ ଯୌତୁକ ମାମଲା ଆସୁଛି। ତେବେ ସେଥିମଧ୍ୟରେ ଅଧିକାଂଶ ଯୌତୁକ ନିର୍ଯାତନାର ପ୍ରକୃତ ମାମଲା ନୁହେଁ। ଯୌତୁକ ସାମାଜିକ ଅପରାଧ ଏବଂ ମହିଳାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ବିଷୟରେ କୋର୍ଟ ଅଜ୍ଞ ନୁହନ୍ତି। କିନ୍ତୁ, କୋର୍ଟ ଏହା ମଧ୍ୟ ଦେଖିଛନ୍ତି ଯେ ଅନେକ ମାମଲାରେ, ସ୍ୱାମୀ ଏବଂ ତାଙ୍କ ପରିବାରକୁ ବିନା ପ୍ରମାଣରେ ମିଥ୍ୟା ଭାବରେ ଫସାଇବାର ଧାରା ବୃଦ୍ଧି ପାଉଛି।
ଜଷ୍ଟିସ୍ ମହାଜନ କହିଛନ୍ତି, ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନା ରୋକିବା ପାଇଁ ଆଇପିସିର ଧାରା ୪୯୮-ଏ ପ୍ରଣୟନ କରାଯାଇଥିଲା, କିନ୍ତୁ ଦୁଃଖର ବିଷୟ, ଏହାକୁ ଏବେ ସ୍ୱାମୀ ଏବଂ ତାଙ୍କ ପରିବାରକୁ ହଇରାଣ କରିବା ଏବଂ ମାମଲାର ଫାଇଦା ଉଠାଇବା ପାଇଁ ବ୍ୟବହାର କରାଯାଉଛି। କୋର୍ଟ କହିଛନ୍ତି ଯେ, ଏପରି ମାମଲାଗୁଡ଼ିକ ପ୍ରାୟତଃ କ୍ରୋଧର ବଶବର୍ତ୍ତୀ ହୋଇ, ଓକିଲଙ୍କ ପରାମର୍ଶରେ, ଘଟଣାଗୁଡ଼ିକୁ ଅତିରଞ୍ଜିତ କରି ପଞ୍ଜିକୃତ କରାଯାଉଛି। ଯେଉଁଠାରେ ସ୍ୱାମୀଙ୍କ ବିରୁଦ୍ଧରେ ଅସ୍ପଷ୍ଟ ଏବଂ ବିଳମ୍ବିତ ଅଭିଯୋଗ ଆସୁଛି। ସେପରି ମାମଲାକୁ ପରିଚାଳନା କରିବା ଆଇନର ଅପବ୍ୟବହାର।
କୋର୍ଟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଏର କରାଯାଇଥିବା ଏକ ଆବେଦନର ଶୁଣାଣି କରୁଥିଲେ। ଯାହାଙ୍କ ସ୍ତ୍ରୀ ତାଙ୍କ ଏବଂ ତାଙ୍କ ପରିବାର ଉପରେ ଯୌତୁକ ନିର୍ଯାତନା ଏବଂ ତାଙ୍କ ସ୍ତ୍ରୀଧନ ନ ଫେରାଇବାର ଅଭିଯୋଗ କରିଥିଲେ। ଏଫଆଇଆରକୁ ରଦ୍ଦ କରି ହାଇକୋର୍ଟ କହିଛନ୍ତି ଯେ, ବ୍ୟକ୍ତି ଏବଂ ତାଙ୍କ ପରିବାର ବିରୁଦ୍ଧରେ ସାଧାରଣ ତଥା ବ୍ୟାପକ ଅଭିଯୋଗ ଲଗାଯାଇଛି। ଏଫଆଇଆରରେ ଯୌତୁକ ଦାବି କିମ୍ବା ନିର୍ଯାତନାର କୌଣସି ଘଟଣାର ତାରିଖ, ସମୟ କିମ୍ବା ବିବରଣୀ ଦିଆଯାଇ ନାହିଁ।
ଅଭିଯୋଗ ବ୍ୟତୀତ ଅନ୍ୟ ପରିସ୍ଥିତିକୁ ବିଚାରକୁ ନେବା କୋର୍ଟର କର୍ତ୍ତବ୍ୟ। କୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ମଧ୍ୟ କୌଣସି ପ୍ରମାଣ ନାହିଁ। ଅନ୍ୟ ଏକ ମାମଲାରେ, ଜଷ୍ଟିସ୍ ମହାଜନ କହିଛନ୍ତି, କେବଳ ଯୌତୁକ ଦାବି ଆଇପିସିର ଧାରା ୪୯୮-ଏ ଅନୁଯାୟୀ ନିଷ୍ଠୁରତା ନୁହେଁ। ପ୍ରମାଣ ବିନା ଅଭିଯୋଗ ଆଣିବାକୁ ହଇରାଣ ବୋଲି ବ୍ୟାଖ୍ୟା କରାଯାଇପାରିବ ନାହିଁ।
ଅଧିକ ପଢ଼ଡ଼୍ତୁ: ଭାରତ-ଇଂଲଣ୍ଡ ମ୍ୟାଚ୍ ପ୍ରସଙ୍ଗ: ଓସିଏ କାର୍ଯ୍ୟକାରୀ ସଭାପତି ଏମିତି କହିଲେ...
ସ୍ୱାମୀଙ୍କ ଦୂର ସମ୍ପର୍କୀୟଙ୍କ ବିରୋଧରେ ଦାଏର ହୋଇଥିବା ଏଫଆଇଆରକୁ କୋର୍ଟ ରଦ୍ଦ କରିଦେଇଛନ୍ତି। କୋର୍ଟ କହିଛନ୍ତି, ଏହି ମାମଲାରେ ଏହା ଜଣାପଡୁଛି ଯେ, ପତ୍ନୀଙ୍କୁ ତାଙ୍କ ସ୍ୱାମୀ ଏବଂ ତାଙ୍କ ପିତାମାତାଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଯୌତୁକ ନମିଳିବାରୁ ହଇରାଣ କରାଯାଉଥିଲା। କିନ୍ତୁ, ସ୍ୱାମୀଙ୍କ ଦାଦା ଏବଂ ମାଉସୀଙ୍କ ବିରୁଦ୍ଧରେ କୌଣସି ନିର୍ଯାତନାର ଅଭିଯୋଗ ନଥିଲା।
ଏହା ଦେଖାଯାଉଛି ଯେ, ତାଙ୍କୁ କେବଳ ମିଥ୍ୟାରେ ଫାଇଦା ପାଇଁ ଫସାଇ ଦିଆଯାଇଛି। କେତେକ ମହିଳା ସ୍ୱାମୀ ଏବଂ ତାଙ୍କ ସମସ୍ତ ସମ୍ପର୍କୀୟଙ୍କୁ ଫସାଇବାର ପ୍ରବୃତ୍ତି ରଖୁଛନ୍ତି। ଏଭଳି ମାମଲା ବଢ଼ିବାରେ ଲାଗିଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି କୋର୍ଟ କହିଛନ୍ତି।
ଅଧିକ ପଢ଼ଡ଼୍ତୁ: ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ: ଚେତାବନୀ ପରେ କେବଳ ୩ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କଲା
Follow Us